38.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗକରୋନା ଆକ୍ରାନ୍ତଙ୍କୁ ପରୀକ୍ଷା ଦେବା ମନା

କରୋନା ଆକ୍ରାନ୍ତଙ୍କୁ ପରୀକ୍ଷା ଦେବା ମନା

ବ୍ରହ୍ମପୁର :କରୋନା ଆକ୍ରାନ୍ତଙ୍କୁ ପରୀକ୍ଷା ଦେବା ମନା ହୋଇଛି । ଏପରି ଏକ ଘଟଣା ବ୍ରହ୍ମପୁରର ଏକ ପରୀକ୍ଷା ହଲ୍ ରେ ଦେଖିବାକୁ ମିଳିଛି । ଜଣେ ପରୀକ୍ଷାର୍ଥୀ କରୋନାରେ ଆକ୍ରାନ୍ତ ହୋଇ ଆମ୍ବୁଲାନ୍ସ ଯୋଗେ ପରୀକ୍ଷା କେନ୍ଦ୍ରକୁ ଆସିଥିଲେ । ସେ ପିପିଇ କିଟତ ପିନ୍ଧି ଆସିଥିଲେ । ତେବେ ପରୀକ୍ଷା କେନ୍ଦ୍ରରେ ଏହା ଜାଣିବା ପରେ ତାଙ୍କୁ ପରୀକ୍ଷା ଦେବାକୁ ବାରଣ କରାଯାଇଥିଲା । ପରୀକ୍ଷା କେନ୍ଦ୍ର ନିରୀକ୍ଷକ ଓ ଉପଜିଲ୍ଲାପାଳ କହିଛନ୍ତି, ଉକ୍ତ ପରୀକ୍ଷାର୍ଥୀ ପରେ ସ୍ୱତନ୍ତ୍ର ବ୍ୟବସ୍ଥାରେ ପରୀକ୍ଷା ଦେବେ ।

ଉଲ୍ଲେଖଯୋଗ୍ୟ ରାଜ୍ୟର ୨୬ଟି କେନ୍ଦ୍ରରେ ଜେଇଇ ମେନ ପରୀକ୍ଷା ଆରମ୍ଭ ହୋଇଛି । ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା,ସମ୍ବଲପୁର, ଢ଼େଙ୍କାନାଳ, ବାଲେଶ୍ୱରରେ ପରୀକ୍ଷା କେନ୍ଦ୍ର ହୋଇଛି । ଜେଇଇ ଓ ନିଟ୍ ସୁପରିଚାଳନା ପାଇଁ ବିଏମସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ରାଜଧାନୀରେ ୬ଟି ପରୀକ୍ଷା କେନ୍ଦ୍ର, ୮ଟି ସ୍ଥାନରେ ରହଣି ବ୍ୟବସ୍ଥା କରାଯାଇଛି ।

ରାଜ୍ୟରେ ଅଗଷ୍ଟ ୩୦ ତାରିଖ ଠାରୁ ସମସ୍ତ ସଟଡାଉନ ଓ ଲକଡାଉନ ହଟିବା ସହ ସେପ୍ଟେମ୍ବର ୭ ଯାଏଁ ସାରା ରାଜ୍ୟକୁ କଟକଣାମୁକ୍ତ ଘୋଷଣା କରାଯାଇଛି । ସେହିପରି ସେପ୍ଟେମ୍ବର ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟ କଟକଣା ମୁକ୍ତ ରହିବ । ଏନେଇ ଗତକାଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଘୋଷଣା କରିଛନ୍ତି ।ଜେଇଇ ମେନ  ୨୦୨୦ ଆସନ୍ତା ସେପ୍ଟମ୍ବର ୧ ତାରିଖରୁ ୬ ସେପ୍ଟେମ୍ବର ପର୍ଯ୍ୟନ୍ତ ଓ  ନିଟ ପରୀକ୍ଷା ୧୩ ସେପ୍ଟେମ୍ୱର ରେ ଅନୁଷ୍ଠିତ ହେବ ବୋଲି ଏନଟିଏ ତରଫରୁ ସୂଚନା ଦିଆଯାଇଛି ।ଏହା ସହିତ ପରୀକ୍ଷା କେନ୍ଦ୍ରରେ ସମାଜିକ ଦୂରତ୍ବ ବଜାୟ ରଖିବା, ମାସ୍କ ପିନ୍ଧିବା  ଭଳି କୋଭିଡ୍ ଗାଇଡ୍ ଲାଇନ୍ ପାଳନ କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking