27.1 C
Bhubaneswar
Thursday, April 25, 2024
HomeUncategorizedଲାଭକାରୀ ନୀରବତା 

ଲାଭକାରୀ ନୀରବତା 

ଭୁବନେଶ୍ୱର: ପୁଅ ବୁବୁନ ର ନିର୍ବନ୍ଧ ପାଇଁ ବହୁତ ଦିନ ପରେ ଫୋନ କରିଥିଲେ ଭାଉଜ !କହିଥିଲେ
 “”ମାନି, କେବେ ଆସୁଛ?
ଭାଉଜ ରବିବାର ସକାଳୁ “କହିଥିଲା ମାନି ନା ନା ତୁମେ ଶନିବାର ହିଁ ଆସ !ତୁମେ କଣ କୁଣିଆ ହେଇଛ କି? ତୁମେ ଦୁଇ ଦିନ ଆଗରୁ ନ ଆସିଲେ କେମିତି ହେବ !ଆଉ ତୁମେ ତ ଜାଣିଛ ତୁମେ  ଆସିଗଲେ ତୁମ ଭାଇ ଙ୍କ ବି ସାହସ ବଢିଯାଏ !””
“ଭାଉଜ ଙ୍କ ମୁହଁ ରୁ ପୁଣି ଏପରି ଖୋସାମତିଆ କଥା “
ଖୁସି ଲାଗୁଥିଲା ମାନିନୀ କୁ !କିନ୍ତୁ ସବୁଖୁସି ରେ ପାଣି ପକାଇ ଦେଇଥିଲା ଭାଉଜ ଙ୍କ ଶେଷ ଦୁଇ ପଦ କଥା !ଫୋନ ରଖିବା ଆଗରୁ ସେ କହିଥିଲେ
“ଅବଶ୍ୟ ଖୁସବୁ ବି ଦୁଇ ଦିନ ଆଗରୁ ଆସିବ ଯେ “
ମାନି ଜାଣିଗଲା ଏଥର ବି ସେ ପୁରୁଣାପାଠ ର ପୁନରାବୃତ୍ତି ହେବ !ଦୁଇ ଦିନ ଆଗରୁ ଯାଇ ମାନି ଓ ବିନି ଯେତେ ଖଟିଲେ ବି ସବୁ କ୍ରେଡିଟ ନେବ ଖୁସବୁ !
ସମସ୍ତ ଙ୍କ ଆଗରେ ନିଜ ଭଉଣୀ ଙ୍କୁ ପ୍ରଶଂସା ରେ ପୋତି ପକେଇବେ ଭାଉଜ !
ସାଙ୍ଗେ ସାଙ୍ଗ ଫୋନ ଲଗାଇ ଥିଲା ବିନି କୁ !ନିଜ ଉଦବେଗ କୁ ପ୍ରକାଶ କରିଥିଲା !ହେଲେ ହସି ଦେଇଥିଲା ବିନି !କହିଥିଲା
“ହେଉ ସବୁ କ୍ରେଡିଟ ସେ ନେଉ କଣ ହୋଇଗଲା ସେଇଠୁ? କଣ ବ୍ୟାଙ୍କ ରେ ରଖିବ ନା ଘର କରିବ !ତୁ ନା ନାନୀ ଏ ଫାଲତୁ ଚିନ୍ତା ଛାଡ଼ !ଆମେ କଣ ଭାଉଜ ଙ୍କ ପାଇଁ ଯାଉଛୁ କି? ଏ ଆମ ବାପା ଙ୍କ କାମ ଆଉ ସବୁ ଯେମିତି ସୁରୁଖୁରୁ ରେ ହେବ ସେ ଦାୟିତ୍ୱ ଭାଇ ର ଯେତେ ଆମର ବି ସେତେ !ଭାଉଜ ମୋତେ ବି ଫୋନ କରିଥିଲେ !ଆମେ ଦୁଇ ଦିନ ଆଗରୁ ହିଁ ଯିବା !ନ ହେଲେ ଭାଈ  ବି ବ୍ୟସ୍ତ ହେବେ !”””
ଫୋନ କାଟି ଦେଇଥିଲା ମାନି !ମନେ ମନେ କହିଲା
“ଭାଈ ବ୍ୟସ୍ତ ହେଉଥିଲେ ଏମିତି ଚୁପ ରହନ୍ତେ ନାହିଁ ! ଭାଉଜ ଯାହା କହିଲେ ହଁ କହିବା ଛଡ଼ା ଭାଇ ଆଉ କଣ ଜାଣୁଛନ୍ତି କିଛି?
ଡାଲି କୁ ପ୍ରେସର ରେ ଦେଇ ଗ୍ୟାସ ରେ ବସେଇ ଦେଇ ସେମିତି ଠିଆ ହୋଇଥିଲା ମାନି !ମନେ ପଡୁଥିଲା
“କେମିତି ସେ ନ ହେଲେ କୌଣସି ଘରୋଇ କାର୍ଯ୍ୟକ୍ରମ ହେଉ ନ ଥିଲା ଘରେ !ଭାଇ ର ବାହାଘର ରେ ଦୌଡ଼ି ଦୌଡି ସବୁକାମ କରିଥିଲେ ସେ ଓ ବିନି !କିଣା କିଣି ହେଉ କି ଭୋଜି ର ମେନ୍ୟୁ ତା, ଉପରେ ସମ୍ପୂର୍ଣ ନିର୍ଭର କରୁଥିଲେ ବାପା !
ନିଜ ବାହାଘର ର ମଧ୍ୟ୍ୟ  ଅର୍ଦ୍ଧାଧିକ କାମ କରି ଥିଲା ସେ !
କିନ୍ତୁ ବିନି ର ବାହାଘର ରୁ ତାର ଯେଉଁ ଗୁରୁତ୍ୱ କମିବା ଆରମ୍ଭ ହୋଇଥିଲା ତାର ଧାରା ବଜାୟ ରଖି ଏଵେ ବର୍ଷ କୁ ଖଣ୍ଡିଏ ଶାଢ଼ୀ ରେ ସୀମିତ ହୋଇ ସାରିଥିଲା ସମ୍ପର୍କ !
ଆଉ ସେ ଶାଡୀ ବି ଏମିତି କହି ହୁଏନି କି ସହି ହୁଏନି !ସହର ର ସବୁ ଶାଡୀ ଦୋକାନ ବୁଲିଥିଲେ ବି ସେମିତି ଶାଢ଼ୀ କେଉଁଠି ମିଳେ ଆଜିଯାଏ ଜାଣି ପାରିନି ମାନି !
ଶାଡୀ ଆଣିବା ମାତ୍ର କେ କାମବାଲୀ କୁ ଯାଏ !
ବିନି ତ କିଛି କହେନି ଓଲଟା କହେ
“”ଆମେ କିଛି କହିବା ମାନେ ଘରେ ଅଶାନ୍ତି ହେବ !ଭାଉଜ ଙ୍କୁ ମଉକା ମିଳିଯିବ ଆମକୁ କହିବା ପାଇଁ !ଭାଇ ଦୁଃଖିତ ହେବେ !ଭଗବାନ ଆମକୁ ତ ଯଥେଷ୍ଟ ଦେଇଛନ୍ତି !ଆଉ ଏ ସାମାନ୍ୟ ଶାଡୀ ପାଇଁ କାହିଁକି ଅଯଥା ରେ କଥା ପକେଇବା “”
କିନ୍ତୁ ଗତ ରାକ୍ଷୀ ରେ ମାନି ସିଧା ଭାଇ କୁ କହିଥିଲା !
“ଭାଇ ଆମେ ଏଥର ଆଉ ଶାଡୀ ନେବୁ ନାହିଁ !ତୁମେ ଯାହା ଦେବାକଥା ଦିଅ !ଆମେ ମିଶାଇକି ଆମ ପାଇଁ କିଣିବୁ “
ହସି ଦେଇଥିଲେ ଭାଇ “ହେଉ, କହି ବଢ଼ାଇ ଦେଇଥିଲେ ଦଶ ହଜାର ଟଙ୍କା “
ଆଉ ଠିକ ସମୟ ରେ ଆସି ଯାଇଥିଲେ ଭାଉଜ !କିଛି କହି ନ ଥିଲେ ବି ତାଙ୍କ ଚେହେରା କହି ଦେଉଥିଲା ତାଙ୍କ ମନ ର ଅବସ୍ଥା !
ପ୍ରେସର ସିଟି ପରେ ସିଟି ମାରି ଚାଲିଥିଲା !ଭାବନା ରାଜ୍ୟ ରୁ ଫେରି ଆସିଥିଲା ମାନିନୀ !
ଯେମିତି ଅନୁମାନ ଥିଲା ଠିକ ସେମିତି ହୋଇଥିଲା ସବୁକିଛି !ଘର ର ସବୁଠୁ ଆରାମଦାୟକ କୋଠରୀ କୁ ମାଡ଼ି ବସିଥିଲେ ଖୁସବୁ ର ପରିବାର !
ମାନି ଓ ବିନି ଙ୍କ ସକ୍ରିୟ ସହଯୋଗ ରେ ସବୁକିଛି ନିର୍ବିଘ୍ନ ରେ ଶେଷ ହୋଇଥିଲେ ବି ଭାଉଜ ବାରମ୍ବାର  କହିଥିଲେ
“ଖୁସବୁ ଆସିଲା ବୋଲି ନ ହେଲେ ହଇରାଣ ହୋଇ ଯାଆନ୍ତି ମୁଁ !””
ଖୁସବୁ ଯିବା ବେଳ କୁ ଏକ ସୁନ୍ଦର  ସମ୍ବଲପୁରୀ ଶାଡୀ ବି ଦେଇଥିଲେ !ଶାଡୀ ଦେବାଟା ବି ବାଧି ନ ଥାନ୍ତା ମାନି କୁ ଯଦି ଭାଉଜ କହି ନ ଥାନ୍ତେ କିଛି ମାତ୍ର ସେ ତ ଛିଗୁଲେଇଲା ଭଳି କହିଥିଲେ
“ଆମ ମାନି, ବିନି ତ ସବୁବେଳେ ନେଉଛନ୍ତି ଏଥିପାଇଁ ତାଙ୍କ ପାଇଁ ଆଣିନି !ଖୁସବୁ ଟା ଆମ ଘରୁ କେବେ କିଛି  ନେଉନି “”
ପ୍ରବଳ ରାଗି ଯାଉଥିଲା ମାନି !ଇଛା ହେଉଥିଲା ଭାଇ ଙ୍କୁ ଯାଇ ଭଲ କି ଶୁଣେଇବା ପାଇଁ ହେଲେ ଏସବୁ କିଛି ଜାଣୁ ନ ଥିବା ଭାଇ ଙ୍କ ସ୍ନେହପୁର୍ଣ କଥା ଆଗରେ ତାର ସବୁ ରାଗ କୁଆଡେ ଉଭେଇ ଯାଇଥିଲା !
ସେଇଠି ଆଉ ରହିବାର ଇଛା ନ ଥିଲା !ରଜତ ଙ୍କ ର ବି ଆଉ ଛୁଟି ନ ଥିଲା !ଏଣୁ ବିଦାୟ ନେଇ ଘର କୁ ବାହାରିଥିଲେ ସେମାନେ !
ରାସ୍ତା ସାରା ଭାଉଜ ଙ୍କୁ ମନେ ମନେ ଗାଳି ଦେଉଥିଲା ମାନି ତାର କିଛି ଅଂଶ ଭାଇ ଙ୍କୁ ବି ଯାଉଥିଲା !
ସାମ୍ନା ଟୋଲ ଗେଟ ପାଇଁ ରେଜା ପଇସା ମାଗିବାରୁ ବ୍ୟାଗ ଖୋଲି ନିଜ ପର୍ସ କୁ ଆଣିବା ବେଳେ ନଜର ପଡିଥିଲା ବ୍ୟାଗ ର ଉପରେ ଉପରେ ଥିବା ଏକ ନୂଆ ପୋଲିବ୍ୟାଗ ଉପରେ !ରଜତ ଙ୍କୁ ଟଙ୍କା ଦେଇ ସେ ବ୍ୟାଗ କୁ ଖୋଲି ଆଶ୍ଚର୍ଯ୍ୟ ହେଉଥିଲା ମାନି !
ଏକ ଦାମିକା ବାନ୍ଧ ଶାଡୀ ଉପରେ ଏକ ଛୋଟ କାଗଜ ଲଗା ହୋଇଥିଲା
“ଲେଖାଥିଲା !
“ମୁଁ ସବୁ ଜାଣୁଛି !କିନ୍ତୁ ବେଳେ ବେଳେ ଚୁପ ରହିବା ବି ଅତ୍ୟନ୍ତ ଲାଭକାରୀ ହୋଇଥାଏ ଆଉ ଏ କଥା ତ ତୁମେ ଦୁହେଁ ଠିକ ଜାଣିଛ !
ଅଜସ୍ର ସ୍ନେହ ର ସହ
ଭାଇ,
କିଛି ସମୟ ସେମିତି ଚୁପ ଚାପ ବସି ରହିଲା ମାନି !ତାପରେ ଶାଡୀ କୁ ନେଇ ଛାତି ରେ ଲଗାଇ ଶୁଙ୍ଘି ଦେଖିଲା !ନୂଆ ଶାଡୀ ର ବାସ୍ନା ତାକୁ ବିମୋହିତ କରୁଥିଲା ! ମନେ ପଢୁଥିଲେ ଭାଇ ଲାଗୁଥିଲେ ଠିକ ବାପା ଙ୍କ ପରି !
ଚେହେରା ରେ ଖେଳି ଯାଉଥିଲା ଏକ ଅପୂର୍ଵ ପ୍ରଶାନ୍ତି !ଫୋନ ରିଙ୍ଗ ହେଉଥିଲା ସ୍କ୍ରିନ ରେ ଲେଖା ଥିଲା “ବିନି “!!!!!!!!!!
                                                                                                                ଶିବାଶିଷ ପାଢ଼ୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking