39.1 C
Bhubaneswar
Friday, April 26, 2024
Homeଓଡିଶାରାଜ୍ୟରେ ଖାଇବା ତେଲର ଅପମିଶ୍ରଣ ସଂପର୍କିତ ଅଭିଯାନ ଆରମ୍ଭ

ରାଜ୍ୟରେ ଖାଇବା ତେଲର ଅପମିଶ୍ରଣ ସଂପର୍କିତ ଅଭିଯାନ ଆରମ୍ଭ

ଭୁବନେଶ୍ୱର: ଖାଇବା ତେଲର ଅପମିଶ୍ରଣ ସଂପର୍କିତ ସତର୍କତା ଅଭିଯାନକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନର ଡ. ଡି. ବୃନ୍ଦା ଯୋଗଦେଇ କହିଲେ ଯେ ଖାଦ୍ୟ ସୁରକ୍ଷା ଏବଂ ଭାରତର ମାନକ ପ୍ରାଧିକରଣ ଦ୍ୱାରା ଦେଶରେ ନିରାପଦ ତଥା ଉତ୍ତମ ଖାଦ୍ୟ ସୁନିଶ୍ଚିତ କରିବାର ନିୟମ ରହିଛି । ଖାଇବା ତେଲରେ ଅପମିଶ୍ରଣ ଓ ଅନଧିକୃତ ମିଶ୍ରିତ ତେଲ ବିକ୍ରୟକୁ ନେଇ ବିଭିନ୍ନ ସମୟରେ ଅଭିଯୋଗମାନ ଆସିଛି । ରାଜ୍ୟ ଖାଦ୍ୟ ସୁରକ୍ଷା ପ୍ରାଧିକରଣ ଓ ଖାଦ୍ୟ ନିରାପତ୍ତା ଆୟୁକ୍ତ, ଓଡ଼ିଶାଙ୍କ ଅଧିନରେ ଅଗଷ୍ଟ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ଦୁଇ ସପ୍ତାହ ପାଇଁ ରାଜ୍ୟବ୍ୟାପି ଅପମିଶ୍ରିତ ଖାଇବା ତେଲ ବିରୁଦ୍ଧରେ ଅଭିଯାନ ଆରମ୍ଭ କରାଯିବ । ଓଡ଼ିଶାରେ ଏହି ଅଭିଯାନ ଅଧିନରେ ସମସ୍ତ ଜିଲ୍ଲା, ମୁନିସିପାଲିଟି ଓ ବ୍ଲକ୍‌ସ୍ତରରେ ଖାଇବା ତେଲର ନିରୀକ୍ଷଣ ପ୍ରକ୍ରିୟା ଜାରି ରହିବ । ଅପମିଶ୍ରିତ ଖାଇବା ତେଲ ଉପରେ ଏହି ଅଭିଯାନ ଅଧିନରେ ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ଦ୍ୱାରା ତେଲର ନମୂନା ପରୀକ୍ଷଣ ପାଇଁ ପଠାଯିବ । ଏହା ନିଶ୍ଚିତ କରିବ ଯେ ବହୁସଂଖ୍ୟକ ଖାଇବା ତେଲ ଉତ୍ପାଦନକାରୀ ଓ ଖାଇବା ତେଲ ବ୍ରାଣ୍ଡ ଉପରେ ନଜର ରଖାଯିବ । ପ୍ରତ୍ୟେକ ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ଦ୍ୱାରା ଦୁଇଟି ନମୂନା ସଂଗ୍ରହ କରାଯିବ । ନମୂନାଗୁଡ଼ିକ ଖୁଚୁରା ବଜାରରୁ ଉଭୟ ଖାଲି ଏବଂ ପ୍ୟାକେଜ୍ ତେଲ ରୂପରେ ସଂଗ୍ରହ କରାଯିବ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟରୁ ସର୍ବମୋଟ ୧୨୬ଟି ଖାଇବା ତେଲ ନମୂନା ଯାଞ୍ଚ ପାଇଁ ପରୀକ୍ଷାଗାରକୁ ପଠାଯିବ । ଖାଇବା ତେଲରେ ମିନେରାଲ ତେଲ, ଆର୍ଗେମୋନ୍ ତେଲ, କାଷ୍ଟର ତେଲ ଏବଂ ଟ୍ରାନ୍ସଫ୍ୟାଟି ଏସିଡ୍‌ର ଉପସ୍ଥିତି ଯାଞ୍ଚ କରାଯିବ । ପ୍ରଥମ ପର୍ଯ୍ୟାୟରେ ନିୟାମକ ତେଲ ନମୂନାରେ ତେଲର ଅପମିଶ୍ରଣ ଅନୁପାତ ଚିହ୍ନଟ ହେଲେ ଖାଦ୍ୟ ନିରାପତ୍ତା ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନିଆଯିବ । ଏହି ଅବସରରେ ରାଜ୍ୟ ଖାଦ୍ୟ ସୁରକ୍ଷା ନିର୍ଦ୍ଦେଶକ ଡା. ପି.କେ. ମହାପାତ୍ର, ରାଜ୍ୟ ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରତୀକ୍ଷା ଦାସମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking