36.7 C
Bhubaneswar
Tuesday, April 16, 2024
Homeଓଡିଶାଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଶୁଖିଲା ପାଗ, ୬ରୁ ପୁଣି ବର୍ଷା!

ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଶୁଖିଲା ପାଗ, ୬ରୁ ପୁଣି ବର୍ଷା!

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଏହିଭଳି ଶୁଖିଲା ପାଗ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୫ ତାରିଖ ପରଠାରୁ ପାଗରେ ପରିବର୍ତ୍ତନ ଆସିବ । ପୁଣି ମୌସୁମୀ ସକ୍ରିୟ ହେବ ଏବଂ ବର୍ଷା ହେବ । ୬ କିମ୍ବା ୭ ତାରିଖ ଆଡ଼କୁ ଏକ ଛୋଟ ଧରଣର ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହା ମଧ୍ୟରେ କେତେକ ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି । ଆଗାମୀୀ ୨୪ ଘଣ୍ଟାରେ କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କଳାହାଣ୍ଡି ଓ ନବରଙ୍ଗପୁର ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା , କୋରାପୁଟ, ମୟୂରଭଞ୍ଜ ଓ ନୟାଗଡ଼ ଆଦି ଜିଲ୍ଲାର କେତେକ ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି ।

ତେବେ ଜୁନ୍ ୧ରୁ ୩୧ ଜୁଲାଇ ପର୍ଯ୍ୟନ୍ତ ଓଡ଼ିଶାରେ ସ୍ୱାଭାବିକଠାରୁ ୮ ପ୍ରତିଶତ କମ୍ ବର୍ଷା ହୋଇଛି । ଜୁନ୍‌ରେ ଓଡ଼ିଶାରେ ଭଲ ବର୍ଷା ହୋଇ ନାହିଁ । ଜୁନ୍ ମାସରେ ମାଇନସ୍ ୩୩% ବର୍ଷା ହୋଇଛି । ହେଲେ ଜୁଲାଇରେ ଭଲ ବର୍ଷା ହୋଇଛି । ଜୁଲାଇରେ ୨ଟି ଲଘୁଚାପ ଯୋଗୁ ଭଲ ବର୍ଷା ହୋଇଛି । ସୁନ୍ଦରଗଡ଼ ଜିଲ୍ଲାରେ ସବୁଠାରୁ କମ୍ ବର୍ଷା ହୋଇଛି । ସୁନ୍ଦରଗଡ଼ରେ ମାଇନସ୍ ୩୯ ପ୍ରତିଶତ ବର୍ଷା ହୋଇଛି । ସେହିପରି ଭଦ୍ରକରେ ମାଇନସ୍ ୨୩ %, ବାଲେଶ୍ୱରରେ ମାଇନସ୍ ୧୯ %, ମୟୂରଭଞ୍ଜରେ ମାଇନସ୍ ୨୮ % ଓ ସମ୍ବଲପୁରରେ ମାଇନସ୍ ୨୮ % ବର୍ଷା ହୋଇଛି । ଏହି ସବୁ ଜିଲ୍ଲାରେ ହାରାହାରି ବର୍ଷାଠାରୁ କମ୍ ବର୍ଷା ହୋଇଛି । ହେଲେ ଦକ୍ଷିଣ ଓଡ଼ିଶାରେ ଭଲ ବର୍ଷା ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking