29.1 C
Bhubaneswar
Monday, May 6, 2024
Homeଅପରାଧ୪ ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା

୪ ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଲଜ୍ଜା । ୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା । ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କଲା ପୋଲିସ । ବୁଲନ୍ଦସହର ଜିଲ୍ଲା ଜାହାଙ୍ଗୀରବାଦ ଅଞ୍ଚଳରରେ ଘଟିଛି ଏପରି ଲୋମଟାଙ୍କୁରା ଘଟଣା । ଗିରଫ ଅଭିଯୁକ୍ତ ମୃତ ଶିଶୁର ପଡୋଶୀ ହୋଇଥିବା ସୂଚନା ମିଳିଛି । ଘରେ ବାହାରେ ଖେଳୁଥିବା ସମୟରେ ଶିଶୁଟିକୁ ଅପହରଣ କରି ନେଇ ଦୁଷ୍କର୍ମ ପରେ ହତ୍ୟା କରିଥିଲା ଅଭିଯୁକ୍ତ ।ରବିବାର ଅପରାହ୍ନ ସମୟରେ ଶିଶୁଟି ଘର ବାହାରେ ଖେଳୁଥିଲା । କିନ୍ତୁ ହଠାତ୍ କେଉଁ ଆଡେ ନିଖୋଜ ହୋଇଯାଇଥିଲେ । ପରେ ପରିବାର ଲୋକେ ଖୋଜାଖୋଜି କରିବାରୁ ଅଭିଯୁକ୍ତ ଘରେ ଝିଅକୁ ଦେଖିବାକୁ ପାଇଥିଲେ ।

ଏହାପରେ ଘଟଣାସ୍ଥଳରେ ଗ୍ରାମବାସୀ ଏକାଠି ହୋଇ ଅଭିଯୁକ୍ତକୁ ମାଡ ମାରିବା ସହ ପୋଲିସର ଜିମା ଦେଇଥିଲେ । ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ପୀଡିତାଙ୍କ ପରିବାର ଲୋକେ ଜାହାଙ୍ଗୀରବାଦର ଏକ ଗ୍ରାମରେ ରୁହନ୍ତି । ଗତକାଲି ଅପରାହ୍ନରେ ସେ ଘର ବାହାରେ ଖେଳୁଥିବା ବେଳେ ଜଣେ ଯୁବକ ତାଙ୍କୁ ପାଖକୁ ଡାକିଥିଲେ । ଏହାପରେ ତାଙ୍କୁ ନିଜ ଘରକୁ ନେଇଯାଇ ସେଠାରେ ଚାରି ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିଲା ଅଭିଯୁକ୍ତ । ପୋଲିସ ଭୟରେ ଶିଶୁଟିର ମୃତଦେହକୁ ଖଟ ତଳେ ରଖିଦେଇଥିଲା ।

ଏହି ସମୟରେ ମୃତ ଶିଶୁଟିର ପରିବାର ଲୋକେ ଝିଅକୁ ଖୋଜାଖୋଜି କରୁଥିଲେ । କିନ୍ତୁ ଶିଶୁ କନ୍ୟାର ପତ୍ତା ନମିଳିବାରୁ ଅଭିଯୁକ୍ତର ଘରକୁ ଯାଇଥିଲେ ପରିବାର ଲୋକେ । ସେଠାରେ ଶିଶୁକନ୍ୟାର ମୃତଦେହ ଖଟ ତଳେ ଥିବା ଦେଖିବାକୁ ପାଇଥିଲେ । ଏହାପରେ ପରିବାର ଲୋକେ ସ୍ଥାନୀୟ ଲୋକଙ୍କୁ ଖବର ଦେବା ପରେ ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଥାନାକୁ ଆଣିଥିଲା ।” ସେପଟେ ଶିଶୁକନ୍ୟାର ମୃତଦେହକୁ ପୋଲିସ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଛି । ଏହି ଘଟଣା ସମ୍ପର୍କରେ ଅଭିଯୁକ୍ତକୁ ପଚରାଉଚରା କରିବା ସହ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking