29.1 C
Bhubaneswar
Sunday, May 19, 2024
Homeବିଜିନେସ୍ବିଶ୍ୱ ବ୍ୟାଙ୍କ ଲଜିଷ୍ଟିକ୍ ଫରଫର୍ମାନ୍ସ ଇଣ୍ଡେକ୍ସ; ଭାରତର ମାନ୍ୟତା ୩୮କୁ ବୃଦ୍ଧି

ବିଶ୍ୱ ବ୍ୟାଙ୍କ ଲଜିଷ୍ଟିକ୍ ଫରଫର୍ମାନ୍ସ ଇଣ୍ଡେକ୍ସ; ଭାରତର ମାନ୍ୟତା ୩୮କୁ ବୃଦ୍ଧି

ନୂଆଦିଲ୍ଲୀ: ବିଶ୍ୱ ବ୍ୟାଙ୍କ ପକ୍ଷରୁ ପ୍ରସ୍ତୁତ ଲଜିଷ୍ଟିକ୍ ପରଫର୍ମାନ୍ସ ଇଣ୍ଡେକ୍ସ ତାଲିକାରେ ଭାରତ ୬ଟି ପାହ୍ୟା ଉପରକୁ ଉଠି ୩୮ତମ ସ୍ଥାନରେ ପହଞ୍ଚିଛି । ୧୩୯ ରାଷ୍ଟ୍ରକୁ ନେଇ ଏହି ତାଲିକା ପ୍ରସ୍ତୁତ କରାଯାଇଛି । ୨୦୧୪ରେ ଭାରତ ଏହି ତାଲିକାର ୫୪ତମ ଏବଂ ୨୦୧୮ରେ ୪୪ତମ ସ୍ଥାନରେ ରହିଥିଲା । ଲଜିଷ୍ଟିକ୍ ଖର୍ଚ୍ଚ ହ୍ରାସ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୧ ଅକ୍ଟୋବରରେ ‘ପିଏମ ଗତି ଶକ୍ତି’ ଏବଂ ୨୦୨୨ରେ ‘ନ୍ୟାସନାଲ ଲଜିଷ୍ଟିକ୍ ପଲିସୀ’ ଯୋଜନା ପ୍ରଣୟନ କରିଥିଲେ । ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର କରି ଦେଶରେ ଦ୍ରୁତ ଓ ସମୟ ମୁତାବକ ପଣ୍ୟ ପରିବହନ ନିମନ୍ତେ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଥିଲା ।

ସାମଗ୍ରୀ ପ୍ରସ୍ତୁତକାରୀ କମ୍ପାନୀରୁ ଉପଭୋକ୍ତାଙ୍କ ପର୍ଯ୍ୟନ୍ତ ଯେପରି କମ ସମୟରେ ଏବଂ ସ୍ପଳ୍ପ ଖର୍ଚ୍ଚରେ ସେଗୁଡିକ ପହଞ୍ଚି ପାରିବ, ସେଥିପାଇଁ ଏହି ଦୁଇଟି ଯୋଜନାକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକାରରୀ କରାଯାଉଛି । ବର୍ତ୍ତମାନ ବିଶ୍ୱ ବ୍ୟାଙ୍କ ଲଜିଷ୍ଟିକ୍ ପରଫର୍ମାନ୍ସ ତାଲିକାରେ ଭାରତର ମାନ୍ୟତା ବୃଦ୍ଧି ଏହା ପ୍ରମାଣିତ କରୁଛି ଯେ ପ୍ରଧାନମନ୍ତ୍ରୀଙ୍କ ଏଭଳି ସୁଦୂରପ୍ରସାରୀ ଯୋଜନା ପ୍ରକୃତରେ କାର୍ଯ୍ୟକ୍ଷମ ହୋଇସାରିଛି । ଅପରପକ୍ଷରେ ଭିତ୍ତିଭୂମି ତାଲିକାରେ ଭାରତ ୫ଟି ପାହ୍ୟା ଉପରକୁ ଉଠିଛି । ୨୦୧୮ରେ ଭାରତ ଏହି ପ୍ରସଙ୍ଗରେ ୫୨ତମ ସ୍ଥାନରେ ଥିବାବେଳେ ବର୍ତ୍ତମାନ ୪୭ତମ ସ୍ଥାନକୁ ଉନ୍ନୀତ ହୋଇଛି । ସେହିପରି ବିଦେଶକୁ ରପ୍ତାନୀ ପ୍ରସଙ୍ଗରେ ଭାରତର ୪୪ତମ ସ୍ଥାନରୁ ୨୨ତମ ସ୍ଥାନକୁ ଏବଂ ଲଜିଷ୍ଟିକ୍ କମ୍ପିଟାନ୍ସ ଆଣ୍ଡ୍ ଇକ୍ୱାଲିଟୀ ପ୍ରସଙ୍ଗରେ ୪୮ତମ ସ୍ଥାନକୁ ଉନ୍ନୀତ ହୋଇଛି । ଟାଇମ୍‌ଲାଇନ୍ ପ୍ରସଙ୍ଗରେ ଭାରତ ୧୭ଟି ପାହ୍ୟା ଉପରକୁ ଉଠିଥିବାବେଳେ ଟ୍ରାକିଂ ଓ ଟ୍ରେସିଂ ପ୍ରସଙ୍ଗରେ ୩୮ତମ ସ୍ଥାନକୁ ଉନ୍ନୀତ ହୋଇଛି । ଭାରତର ଏଭଳି ଅଗ୍ରଗତି ପାଇଁ ଆଧୁନିକୀକରଣ ଏବଂ ଡିଜିଟାଇଜେସନ ମୁଖ୍ୟ କାରଣ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ପରିବହନ ସାମଗ୍ରୀ ରପ୍ତାନୀ ଓ ଆମଦାନୀ କାରବାର ବୃଦ୍ଧି କରିବାକୁ କେନ୍ଦ୍ର ସରକାର ୨୦୧୫ରୁ ଉଭୟ ପୂର୍ବ ଓ ପଶ୍ଚିମ ପାଶ୍ୱର୍ରେ ଥିବା ବନ୍ଦରଗୁଡିକର ବିକାଶ କାର୍ଯ୍ୟ ତ୍ୱରାନ୍ୱିତ କରିଛନ୍ତି । ସପ୍ଲାଇ-ଚେନ୍‌କୁ ସୁଦୃଢ କରିବାକୁ ସରକାରୀ ଓ ଘରୋଇ ଉଦ୍ୟୋଗର ମିଳିତ ସହଯୋଗରେ କେତେକ ଯୋଜନା କାର୍ଯ୍ୟକାରୀ କରାଯାଇଛି । ଏଥିଯୋଗୁଁ ଗନ୍ତବ୍ୟସ୍ଥଳରେ ସାମଗ୍ରୀ ପହଞ୍ଚିବାରେ ଏତେଟା ବିଳମ୍ବ ଘଟୁନାହିଁ । ପୁନଶ୍ଚ ୨୦୨୨ ମେ’ରୁ ଅକ୍ଟୋବର ମଧ୍ୟରେ ଭାରତରେ କଣ୍ଟେନରଗୁଡିକର ଡ୍ୱେଲ ଟାଇମ ୩ ଦିନ ଥିବାବେଳେ ଆମେରିକା ଓ ଜର୍ମାନୀରେ ଏହା ଯଥାକ୍ରମେ ୭ ଓ ୧୦ ଦିନ ରହିଥିଲା । ବନ୍ଦରରେ ଗୋଟିଏ ପଣ୍ୟବାହୀ ଜାହାଜ କେତେ ସମୟ ଅଟକି ରହୁଛି, ତାହାକୁ ଡ୍ୱେଲ ଟାଇମ କୁହାଯାଇଥାଏ । ଅର୍ଥାତ ଭାରତୀୟ ବନ୍ଦରରେ ମାଲ ଲୋଡିଂ କିମ୍ବା ଅନ୍‌ଲୋଡିଂ ପାଇଁ ସର୍ବାଧିକ ୩ ଦିନ ସମୟ ଲାଗିଥାଏ । ପଣ୍ୟବାହୀ ଜାହାଜଗୁଡିକ ନିର୍ଦ୍ଧାରିତ ସମୟ ଅନୁଯାୟୀ ବିଭିନ୍ନ ବନ୍ଦରରେ ପହଞ୍ଚିଥାନ୍ତି । ତେବେ କୌଣସି ଜାହାଜ ନିର୍ଦ୍ଦିଷ୍ଟ ଏକ ବନ୍ଦରରେ ଅଯଥାରେ ଅଟକି ରହିଲେ, ଏହି ସପ୍ଲାଇ-ଚେନ୍ ବାଧାପ୍ରାପ୍ତ ହୋଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking