27.1 C
Bhubaneswar
Friday, November 27, 2026
Homeଓଡିଶାମାର୍ଗଶିରରେ ସରିବ ରତ୍ନଭଣ୍ଡାର ଗଣତି

ମାର୍ଗଶିରରେ ସରିବ ରତ୍ନଭଣ୍ଡାର ଗଣତି

ଭୁବନେଶ୍ୱର : ରତ୍ନଭଣ୍ଡାର ଗଣତି ମଣତିକୁ ନେଇ ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ। ମହାପ୍ରଭୁଙ୍କ ନୀତିକାନ୍ତି ଓ ଭକ୍ତଙ୍କ ଦର୍ଶନକୁ ଦିଆଯାଉଛି ସର୍ବାଧିକ ଗୁରୁତ୍ୱ। ତେଣୁ ଯେତିକି ସମୟ ମିଳୁଛି, ସେହି ସମୟ ମଧ୍ୟରେ ଚାଲିଛି ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ। ଦୁଇ ଦିନ ଧରି ଗଣତି ପାଇଁ ସମୟ ନିର୍ଦ୍ଧାରଣ ହୋଇଥିବା ବେଳେ ଆଗାମୀ ମାର୍ଗଶିର ମାସରେ ଅଧିକ ଦିନ ମିଳିବା ନେଇ ଆଶା ରଖିଛି ମନ୍ଦିର ପ୍ରଶାସନ। ମାର୍ଗଶିର ମାସରେ ଗଣତି ମଣତିର ବାକି ରହିଥିବା କାର୍ଯ୍ୟ ଶେଷ କରିବାକୁ ଯୋଜନା ଚାଲିଛି। ଏପରିକି ରତ୍ନଭଣ୍ଡାରରେ ଥିବା ଛୋଟ ଛୋଟ ରତ୍ନପଥରଠାରୁ ଆରମ୍ଭ କରି ବଡ଼ ବଡ଼ ଅଳଙ୍କାର ପର୍ଯ୍ୟନ୍ତ ପ୍ରତ୍ୟେକ ସାମଗ୍ରୀର ହେବ ସବିଶେଷ ହିସାବ। ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।ସେ ଆହୁରି ମଧ୍ୟ କହିଛନ୍ତି ଯେ, ରତ୍ନଭଣ୍ଡାର ଗଣତି ମଣତି ସମୟରେ ଶ୍ରୀମନ୍ଦିରର ନୀତିକାନ୍ତି ଉପରେ କିଛିଟା ପ୍ରଭାବ ପଡ଼ିବା ସହ ଭକ୍ତଙ୍କ ପ୍ରବେଶ ଓ ଦର୍ଶନ ବ୍ୟବସ୍ଥା ମଧ୍ୟ ବନ୍ଦ ରହୁଛି। ତେଣୁ ଏକାଧିକ ଦିଗକୁ ବିଚାରକୁ ନେଇ ଗଣତି ପାଇଁ ଯେତିକି ସମୟ ଉପଲବ୍ଧ ହେଉଛି, ସେହି ସମୟ ମଧ୍ୟରେ କାର୍ଯ୍ୟ କରାଯାଉଛି। ଏଥିପାଇଁ ଦୁଇ ଦିନ ସମୟ ରଖାଯାଇଛି।ସେପଟେ ଆଗାମୀ ମାର୍ଗଶିର ମାସରେ ରତ୍ନଭଣ୍ଡାର ଗଣତି ମଣତି ପାଇଁ ଅଧିକ ଦିନ ଉପଲବ୍ଧ ହେବ ବୋଲି ଆଶା ରଖିଛି ପ୍ରଶାସନ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking