ଭୁବନେଶ୍ଵର: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବଡ଼ ବୈଠକ ବସିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଓ ମୁଖ୍ୟ ସଚିବ ଅନୁ ଗର୍ଗ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ରହିଛନ୍ତି। ଅଙ୍ଗନବାଡି କର୍ମୀଙ୍କ ୭ ଦଫା ଦାବି ନେଇ ଆଲୋଚନା ଜାରି ରହିଛି। ଲୋୟର ପିଏମଜିରେ ମାଣ ବସାଇ ଅଙ୍ଗନବାଡି କର୍ମୀ ଓ ସହାୟିକାମାନେ ପ୍ରତିବାଦ କରିଥିଲେ। ଗୁରୁବାର ମାର୍ଗଶିର ମାସର ମାଣବସାର ପ୍ରଥମ ପାଳିରେ ଶହ ଶହ ଅଙ୍ଗନବାଡି କର୍ମୀ ଧାରଣାସ୍ଥଳରେ ମାଣବସା ଶାଢି ପିନ୍ଧି ରୀତିନୀତି ଅନୁଯାୟୀ ମା ଲକ୍ଷ୍ମୀଙ୍କୁ ଆରାଧନା କରିବା ସହ ଲକ୍ଷ୍ମୀପୁରାଣ ପାଠ କରିଥିଲେ। ସଂଘ ପକ୍ଷରୁ ଦରମା ବୃଦ୍ଧି, ଗ୍ରାଚୁଇଟି ପ୍ରଦାନ, ଅବସରକାଳୀନ ସୁବିଧା, କର୍ମୀ ଓ ସହାୟିକାଙ୍କ ସ୍ବାର୍ଥ ସୁରକ୍ଷା ଏବଂ ବିଭିନ୍ନ ଆର୍ଥିକ ସୁବିଧା ସମ୍ପର୍କିତ ଦାବି କରିଥିଲେ।










