30.1 C
Bhubaneswar
Monday, November 23, 2026
Homeଓଡିଶାଓଡ଼ିଶା ପୋଲିସ ବିଭାଗରେ ଖାଲି ପଡ଼ିଛି ୨୬ହଜାର ୧୦୧ ପଦବୀ

ଓଡ଼ିଶା ପୋଲିସ ବିଭାଗରେ ଖାଲି ପଡ଼ିଛି ୨୬ହଜାର ୧୦୧ ପଦବୀ

ଭୁବନେଶ୍ୱର : ଖାଲି ପଦବୀ ପୂରଣ ହେବ । ଓଡ଼ିଶା ପୋଲିସ ବିଭାଗରେ ୨୬ ହଜାରରୁ ଅଧିକ ପଦବୀ ଖାଲି। ରାଜ୍ୟରେ ମୋଟ ୮୪ ହଜାର ୨୩୭ଟି ମଞ୍ଜୁରୀପ୍ରାପ୍ତ ପଦବୀ ମଧ୍ୟରୁ ୨୬ ହଜାର ୧୦୧ଟି ପଦବୀ ଏବେ ବି ଖାଲି ପଡ଼ିଛି। ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଖାଲି ପଡ଼ିଥିବା ପଦବୀଗୁଡ଼ିକ ପୂରଣ ଦିଗରେ ସରକାର ପଦକ୍ଷେପ ନେଇଛନ୍ତି। ପୋଲିସ ବିଭାଗର ବିଭିନ୍ନ ବର୍ଗରେ ୬ ହଜାର ୮୮୫ଟି ପଦବୀ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ କମିଶନ (OUSSSC) ପକ୍ଷରୁ ବିଜ୍ଞାପନ ପ୍ରକାଶ ପାଇଛି।

ଏହାବ୍ୟତୀତ ୨୯୮ଟି ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର (ASI) ପଦବୀ ପୂରଣ ପାଇଁ ମଧ୍ୟ OUSSSCକୁ ଅନୁରୋଧ କରାଯାଇଛି। ସେହିପରି ବାତିଲ ହୋଇଥିବା ୬୦୯ଟି ସବ୍-ଇନ୍ସପେକ୍ଟର (SI) ଏବଂ ୨୫୩ଟି ଆର୍ମଡ୍ ସବ୍-ଇନ୍ସପେକ୍ଟର (ASI) ପଦବୀ ପାଇଁ ପରୀକ୍ଷା ପ୍ରକ୍ରିୟା ସମାପନ କରିବାକୁ କୁହାଯାଇଛି। ରାଜ୍ୟରେ ଆଇନଶୃଙ୍ଖଳା ପରିଚାଳନା ଓ ଅପରାଧ ନିୟନ୍ତ୍ରଣ ପାଇଁ ପୋଲିସ ବିଭାଗରେ ଖାଲି ପଦବୀ ପୂରଣ ଏବେ ଏକ ବଡ଼ ଆହ୍ୱାନ ହୋଇଥିବା ବେଳେ ଆଗାମୀ ଦିନରେ ନିଯୁକ୍ତି ପ୍ରକ୍ରିୟା କେତେ ଶୀଘ୍ର ଶେଷ ହେଉଛି, ତାହା ଉପରେ ନଜର ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking