29.1 C
Bhubaneswar
Thursday, November 12, 2026
Homeଓଡିଶାବ୍ୟାଘ୍ର ବାହନରେ ବିରାଜିଲେ ମା’ ଭଦ୍ରକାଳୀ

ବ୍ୟାଘ୍ର ବାହନରେ ବିରାଜିଲେ ମା’ ଭଦ୍ରକାଳୀ

ଭଦ୍ରକ : ସପ୍ତମାତୃକା ବେଶରେ ମା’ଙ୍କ ଦିବ୍ୟ ଦର୍ଶନ। ଜଗଦ୍ଧାତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ ଭଦ୍ରକାଳୀ। ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ଆଜି ହେଉଛି ପଞ୍ଚମ ଦିନ। ଏହି ଅବସରରେ ମା’ଙ୍କୁ ଜଗଦ୍ଧାତ୍ରୀ ବେଶରେ ସଜ୍ଜିତ କରାଯାଇଛି। ବ୍ୟାଘ୍ର ବାହନ ଉପରେ ବିରାଜମାନ କରି ମା’ ଧାରଣ କରିଛନ୍ତି ତ୍ରିଶୂଳ, ଖଡ୍ଗ, ଚକ୍ର ଓ ପଦ୍ମ। ମା’ଙ୍କ ଏହି ମନୋରମ ଦିବ୍ୟ ବେଶ ଦର୍ଶନ ପାଇଁ ମନ୍ଦିରରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ରାଜ୍ୟ ତଥା ରାଜ୍ୟ ବାହାରୁ ଛୁଟି ଆସୁଛନ୍ତି ହଜାର ହଜାର ଭକ୍ତ।

ଭକ୍ତିମୟ ପରିବେଶରେ କମ୍ପୁଛି ମା’ ଭଦ୍ରକାଳୀଙ୍କ ପୀଠ। ମା’ଙ୍କ ସପ୍ତମାତୃକା ବେଶର ପଞ୍ଚମ ଦିନରେ ଆଜି ଜଗଦ୍ଧାତ୍ରୀ ରୂପରେ ଦର୍ଶନ ଦେଉଛନ୍ତି ମା’। ମା’ଙ୍କ ଏହି ଅପୂର୍ବ ବେଶ ଦେଖିବା ପାଇଁ ସକାଳୁ ସକାଳୁ ମନ୍ଦିରରେ ଭକ୍ତଙ୍କ ସମାଗମ ହୋଇଛି। ଜଗଦ୍ଧାତ୍ରୀ ରୂପରେ ମା’ ବ୍ୟାଘ୍ର ଉପରେ ବିରାଜମାନ କରିଛନ୍ତି। ମା’ଙ୍କ ହସ୍ତରେ ଶୋଭା ପାଉଛି ତ୍ରିଶୂଳ, ଖଡ୍ଗ, ଚକ୍ର ଓ ପଦ୍ମ। ଦେବୀଙ୍କ ଏହି ଦିବ୍ୟ ସ୍ୱରୂପ ଭକ୍ତଙ୍କ ମନରେ ଭରିଦେଉଛି ଅପାର ଭକ୍ତି ଓ ଆଧ୍ୟାତ୍ମିକ ଭାବନା।ଧାର୍ମିକ ବିଶ୍ୱାସ ଅନୁଯାୟୀ, ଜଗଦ୍ଧାତ୍ରୀ ବେଶରେ ମା’ଙ୍କୁ ଦର୍ଶନ କଲେ ଗ୍ରହ ରିଷ୍ଠ ଖଣ୍ଡନ ହେବା ସହ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ପ୍ରାପ୍ତି ହୋଇଥାଏ। ଏହି ବିଶ୍ୱାସକୁ ନେଇ ଦୂରଦୂରାନ୍ତରୁ ଭକ୍ତମାନେ ମା’ଙ୍କ ଦର୍ଶନ ପାଇଁ ଆସୁଛନ୍ତି। ମନ୍ଦିର ପରିସରରେ ଭକ୍ତି, ଶ୍ରଦ୍ଧା ଓ ଆଧ୍ୟାତ୍ମିକତାର ଅନନ୍ୟ ପରିବେଶ ସୃଷ୍ଟି ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking