ରାଉରକେଲା: ସ୍ମାର୍ଟ ସିଟି ରାଉରକେଲାର ନୟାବଜାର ଅଞ୍ଚଳରେ ପରିବାରର ପେଟ ପୋଷିବା ପାଇଁ ଜଣେ ନାବାଳକ ଆଳିଆ (ଆବର୍ଜନା) ସଂଗ୍ରହ କରି ବିକ୍ରି କରୁଥିବା ଦୃଶ୍ୟ ସାମ୍ନାକୁ ଆସିଛି।ଯେଉଁ ବୟସରେ ପିଲାଟିର ହାତରେ ବହି ଓ କଲମ ରହିବା କଥା, ସେହି ବୟସରେ ପରିବାରର ଆର୍ଥିକ ବୋଝ ତାକୁ ଶ୍ରମ କରିବାକୁ ବାଧ୍ୟ କରୁଛି। ଏହି ଦୃଶ୍ୟ ଶିଶୁଙ୍କ ଶିକ୍ଷା, ଅଧିକାର ଓ ସୁରକ୍ଷା ନେଇ ଅନେକ ପ୍ରଶ୍ନ ସୃଷ୍ଟି କରିଛି।ନାବାଳକର ପାରିବାରିକ ପରିସ୍ଥିତି ଯାଞ୍ଚ କରି ତାକୁ ଶିକ୍ଷା ଓ ପରିବାରକୁ ଆବଶ୍ୟକ ସହାୟତା ଯୋଗାଇଦେବାକୁ ଜିଲ୍ଲା ପ୍ରଶାସନ ଓ ଶିଶୁ ସୁରକ୍ଷା ବିଭାଗ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି।










