30.1 C
Bhubaneswar
Saturday, November 7, 2026
Homeଓଡିଶାସୋଆ ଆଇଭିଏସ୍‌ଏଏଚ୍‌ରେ ପରିସଂଖ୍ୟାନ ଓ ପ୍ରୟୋଗ ସମ୍ବନ୍ଧୀୟ ଦୁଇଦିନିଆ କର୍ମଶାଳା

ସୋଆ ଆଇଭିଏସ୍‌ଏଏଚ୍‌ରେ ପରିସଂଖ୍ୟାନ ଓ ପ୍ରୟୋଗ ସମ୍ବନ୍ଧୀୟ ଦୁଇଦିନିଆ କର୍ମଶାଳା

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନସ୍ ଆଣ୍ଡ ଆନିମଲ ହଜବ୍ୟାଣ୍ଡ୍‌୍ରି (ଆଭିଏସ୍‌ଏଏଚ୍‌)ରେ ବୁଧବାର ପ୍ରାଣୀପ୍ରଜନନ (ଆନିମଲ୍ ଜେନେଟିକ୍ସ ଆଣ୍ଡ ବ୍ରିଡିଂ) ବିଭାଗ ପକ୍ଷରୁ ଗବେଷଣା କ୍ଷେତ୍ରରେ ପରିସଂଖ୍ୟାନର ଗୁରୁତ୍ୱ ଓ ଏହାର ବ୍ୟବହାରିକ ପ୍ରୟୋଗ ସମ୍ବନ୍ଧୀୟ ଗବେଷଣ ଓ ଶିକ୍ଷକମାନଙ୍କୁ କିପରି ଅଧିକ ଦକ୍ଷ କରାଯାଇପାରିବ  ସେ ସମ୍ପର୍କିତ ଦୁଇ ଦିନିଆ ପ୍ରଶିକ୍ଷଣ କର୍ମଶାଳା ଆୟୋଜିତ ହୋଇଯାଇଛି ।ଏହି କର୍ମଶାଳାରେ ସୋଆ ବିଶ୍ୱବିଦ୍ୟାଳୟ ପରିଚାଳିତ ବିଭିନ୍ନ ଶିକ୍ଷାନୁଷ୍ଠାନ ନର୍ସିଂ, ଆଇଏଏସ୍‌, ଫାର୍ମାସୀ, ବାୟୋଟେକ୍‌ନୋଲୋଜି ଓ ଭେଟେରିନାରୀ ମହାବିଦ୍ୟାଳୟର ୪୩ ଜଣ ଶିକ୍ଷକ ଅଂଶଗ୍ରହଣ କରି ପରିସଂଖ୍ୟାନ (ଷ୍ଟାଟିଷ୍ଟିକ୍‌ସ)ର ବିଭିନ୍ନ ଦିଗ ଓ ଗବେଷଣାରେ ଏହାର ପ୍ରୟୋଗ ସମ୍ପର୍କରେ ପ୍ରଶିକ୍ଷଣ ନେଇଥିଲେ ।ଗବେଷଣାର ଗୁଣବତା ଓ ଡାଟା (ତଥ୍ୟ) ସଂଗ୍ରହ, ବିଶ୍ଳେଷଣ ଓ ଗବେଷଣାତ୍ମକ ନିବନ୍ଧ ପ୍ରସ୍ତୁତି ଉପରେ ନିର୍ଭର କରେ । ତେବେ ଅନେକ ଗବେଷକ ତଥ୍ୟ ସଂଗ୍ରହ କରୁଥିଲେ ମଧ୍ୟ ତାହାକୁ କେଉଁ ପରିସଂଖ୍ୟାନ ଡିଜାଇନ୍ ବିଶ୍ଲେଷଣ କରାଯିବ ଏବଂ ଏଥିରୁ କିଭଳି ଉପଯୁକ୍ତ ଫଳାଫଳ ମିଳିବ ସେ ସଂପର୍କରେ ସ୍ପଷ୍ଟ ଧାରଣା ରଖିପାରୁନାହାନ୍ତି ।ଆୟୋଜିତ ଏହି କାର୍ଯ୍ୟକ୍ରମରେ କେଉଁ  ଡାଟାକୁ  କେଉଁ ଷ୍ଟାଟିଷ୍ଟିକାଲ୍ ଡିଜାଇନ୍ ଦରକାର ଓ ଅତି ସହଜରେ କିପରି  ତାର ଆନାଇଲିସିସ, କମ୍ପ୍ୟୁଟର ମାଧ୍ୟମରେ (ଏସ୍‌ପିଏସ୍‌ଏସ୍‌) ସଫ୍ଟୱେର ସାହାଯ୍ୟରେ କରାଯାଇପାରିବ ସେ ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା ।ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି ସମ୍ମିଳନୀକୁ ଉଦ୍‌ଘାଟନ କରିବା ପରିପ୍ରେକ୍ଷୀରେ ପରିସଂଖ୍ୟାନ ବିନା ଗବେଷଣା ଅସମ୍ପୂର୍ଣ୍ଣ ଓ ଦିଗହୀନ ବୋଲି ଅଭିହିତ କରିଥିଲେ । କୌଣସି ଗବେଷଣା ପରିସଂଖ୍ୟାନ ଗଭୀର ଭାବେ ନିର୍ଭରଶୀଳ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଆଇଭିଏସ୍‌ଏଏଚର ଡିନ୍ ପ୍ରଫେସର ସୁଶାନ୍ତ କୁମାର ଦାସ ଓ ନିର୍ଦ୍ଦେଶକ,ସୋଆ ପ୍ରଫେସର କୌତୁକ କୁମାର ସର୍ଦ୍ଦାର ମଧ୍ୟ ଉଦ୍‌ବୋଧନ ଦେଇଥିଲେ । ପ୍ରଫେସର ସର୍ଦ୍ଦାର କହିଥିଲେ ଯେ ଜୀବ ବିଜ୍ଞାନର ଗବେଷଣାରତ ଗବେଷକଙ୍କ ପରିସଂଖ୍ୟାନ ଓ ପ୍ରୟୋଗ ଜ୍ଞାନର ପରିସୀମା ଅଧିକ ବୃଦ୍ଧି କରାଗଲେ ଏ ସମ୍ପର୍କିତ ଅଧିକ ପ୍ରବନ୍ଧ ପ୍ରକାଶିତ ହୋଇପାରିବ । ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମକୁ ପ୍ରାଣୀପ୍ରଜନନ ବିଭାଗର ସମସ୍ତ ସହ ପ୍ରାଧ୍ୟାପକ ପରିଚାଳନା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking