29.1 C
Bhubaneswar
Saturday, November 7, 2026
Homeଓଡିଶାସିମିଳିଗୁଡ଼ାରେ ବାଘ ଆତଙ୍କ: ଟ୍ରାପ୍ କ୍ୟାମେରାରେ କଏଦ ହେଲା ବାଘ

ସିମିଳିଗୁଡ଼ାରେ ବାଘ ଆତଙ୍କ: ଟ୍ରାପ୍ କ୍ୟାମେରାରେ କଏଦ ହେଲା ବାଘ

କୋରାପୁଟ: କୋରାପୁଟ ଜିଲ୍ଲା ସିମିଳିଗୁଡ଼ା ଅଞ୍ଚଳରେ ବାଘ ଆତଙ୍କ । ଝରାପୁଟ ଗାଁ ନିକଟରେ ବନ ବିଭାଗର ଟ୍ରାପ୍‌ କ୍ୟାମେରାରେ କଏଦ ହୋଇଛି ବାଘର ଗତିବିଧି । ଅକ୍ଟୋବର ୩୦ ତାରିଖରେ କ୍ୟାମେରାରେ ରେକର୍ଡ ହୋଇଥିବା ଏହି ଦୃଶ୍ୟ ପରେ ଅଞ୍ଚଳରେ ଚିନ୍ତା ବଢ଼ିଛି ।ଗତ କିଛି ଦିନ ହେଲା ସିମିଳିଗୁଡ଼ା ଅଞ୍ଚଳରେ ଏକ ବାଘ ଚଳପ୍ରଚଳ କରୁଥିବା ନେଇ ଖବର ମିଳିଥିଲା । କିଛି ଦିନ ପୂର୍ବେ ଏକ ମଇଁଷି ଶିକାର ହେବା ପରେ ବନ ବିଭାଗ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଘଟଣାସ୍ଥଳରୁ ମିଳିଥିବା ପାଦଚିହ୍ନ ବାଘର ଉପସ୍ଥିତି ନେଇ ସଙ୍କେତ ଦେଇଥିଲା । ଏବେ ଟ୍ରାପ୍‌ କ୍ୟାମେରାରେ ବାଘର ଦୃଶ୍ୟ କଏଦ ହେବା ପରେ ଏହା ସ୍ପଷ୍ଟ ହୋଇଛି ।ପରିସ୍ଥିତିକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ ତିନିଟି ସିଫ୍ଟର ନିରନ୍ତର ପାଟ୍ରୋଲିଂ କରାଯାଉଛି । ସିମିଳିଗୁଡ଼ା ଓ ବାଲଡ଼ା ରେଞ୍ଜର କର୍ମଚାରୀଙ୍କ ସହ ରାପିଡ୍‌ ରେସପନ୍ସ ଟିମ୍‌ ମଧ୍ୟ ଏହି ଅଭିଯାନରେ ନିୟୋଜିତ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking