31.1 C
Bhubaneswar
Saturday, October 3, 2026
Homeଓଡିଶାଆସନ୍ତା ୩ ଦିନ ଶୁଖିଲା ପାଗ, ୫ରୁ ବଦଳିବ ପାଣିପାଗ !

ଆସନ୍ତା ୩ ଦିନ ଶୁଖିଲା ପାଗ, ୫ରୁ ବଦଳିବ ପାଣିପାଗ !

ଭୁବନେଶ୍ବର: ରାଜ୍ୟରେ ଆସନ୍ତା ୩ ଦିନ ଯାଏଁ ଶୁଖିଲା ରହିବ ପାଗ । ୫ ତାରିଖ ଠାରୁ ପାଗରେ ସାମାନ୍ୟ ପରିବର୍ତ୍ତନ ହେବ । ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର କେତେକ ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଅକ୍ଟୋବର ୯ ପର୍ଯ୍ୟନ୍ତ ଏଭଳି ପାଗ ଲାଗି ରହିବ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ସେପଟେ ଆସନ୍ତା ୧୨ ତାରିଖରେ ଉତ୍ତର ଆଣ୍ଡାମାନ ସାଗର ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ୧୩ ବେଳକୁ ଏହା ଲଘୁଚାପର ରୂପ ନେଇପାରେ । ୧୫ ତାରିଖ ବେଳକୁ ଅବପାତ ସମ୍ଭାବନା ରହିଛି । ଆଇଏମଡି ପକ୍ଷରୁ ଏନେଇ ଆକଳନ କରାଯାଇଛି । ତେବେ ଏହି ସିଷ୍ଟମ ଅଧିକ ଘନୀଭୂତ ହୋଇ ଅବପାତ, ଗଭୀର ଅବପାତ ନା ତା’ଠାରୁ ବେଶି ବଳ ଜୁଟାଇବ ତାହା ଏବେଠୁ ଆକଳନ କରିବା ମୁସ୍କିଲ୍ । ସମ୍ଭାବ୍ୟ ସିଷ୍ଟମକୁ ନେଇ ବିଭିନ୍ନ ମଡେଲ୍ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି । ଜିଏଫଏସ୍ର ତାଜା ଆକଳନ ଅନୁସାରେ ଏହି ସିଷ୍ଟମ ଆସିବାକୁ ବିଳମ୍ବ ହୋଇପାରେ । ମାତ୍ର ଇସିଏମଡ୍ଲ୍ୟୁଏଫ୍ ଦେଖାଉଛି, ୧୬ ତାରିଖବେଳକୁ ଆନ୍ଧ୍ର ଉପକୂଳ ପାଖାପାଖି ଥିବ । କିନ୍ତୁ, ଏବେଠାରୁ କୌଣସି ମଡେଲ୍ ଏହାର ସମ୍ଭାବ୍ୟ ଗତିପଥ ଦେଖାଇ ନାହାନ୍ତି ।ପାଣିପାଗ ବିଶାରଦ ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ହେଲା, ଅକ୍ଟୋବର ୭ ପର୍ଯ୍ୟନ୍ତ ଖରା, ଉଚ୍ଚ ତାପମାତ୍ରା ଓ ବାୟୁମଣ୍ଡଳ ଅଧିକ ଆର୍ଦ୍ରତା ରହିବ । ଟାଣ ଖରା ହେବ । ଅଧିକ ତାପମାତ୍ରା ଓ ଆର୍ଦ୍ରତା କାରଣରୁ ଗତ ଗରମ ପ୍ରକୋପ ଅନୁଭୂତ ହେବ। ୮ ରୁ ୧୫ ଅକ୍ଟୋବର ମଧ୍ୟରେ ଘୂର୍ଣ୍ଣିବାତ୍ୟା ଗଠନ ହେବାର ସମ୍ଭାବନା ରହିଛି । ତେବେ ଗଠନସ୍ଥଳ, ତୀବ୍ରତା ଓ ଗତିପଥ ଏପର୍ଯ୍ୟନ୍ତ ଅନିଶ୍ଚିତ ରହିଛି । ଓଡ଼ିଶା ପ୍ରତି କୌଣସି ବିପଦର ବିଶ୍ୱସନୀୟ ସଙ୍କେତ ଏପର୍ଯ୍ୟନ୍ତ ମିଳିନାହିଁ । ଯଦି ଘୂର୍ଣ୍ଣିବଳୟ ସୃଷ୍ଟି ହୁଏ ତାହେଲେ ଦଶହରାରେ ବଡ଼ ବର୍ଷା ହେବ । ସବୁଥର ଭଳି ଏଥର ବି ପାର୍ବଣ ଭିଜିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking