29.1 C
Bhubaneswar
Monday, August 17, 2026
Homeଓଡିଶାଆଉ ୪ରୁ ୫ଦିନ ରହିବ ବନ୍ୟାସ୍ଥିତି

ଆଉ ୪ରୁ ୫ଦିନ ରହିବ ବନ୍ୟାସ୍ଥିତି

ଭୁବନେଶ୍ୱର: ଉଛୁଳିଛି ବୈତରଣୀ ଓ ଜଳକା ନଦୀ । ବାଲେଶ୍ୱର, ଭଦ୍ରକ ଯାଜପୁରରେ ବନ୍ୟା ସ୍ଥିତି ଗମ୍ଭୀର ହୋଇଛି । ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ରହିଛି । ଆଜି ଅବପାତର ରୂପ ନେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ୨୦ ତାରିଖ ଯାଏଁ ଉତ୍ତର ଓଡିଶାରେ ପ୍ରବଳ ଢାଳିବ । ତେଣୁ ସ୍ଥିତି ଗୁରୁତର ହେବା ଆଶଙ୍କା ରହିଛି । ବାଲେଶ୍ୱର, ଭଦ୍ରକ, ଯାଜପୁରରେ୍ ବନ୍ୟା ସ୍ଥିତି ଅଧିକ ସମ୍ବେଦନଶୀଳ ରହିଛି । ରାଜ୍ୟରେ ବନ୍ୟା ସ୍ଥିତି ନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ । ସେ କହିଛନ୍ତି, ବ୍ରାହ୍ମଣୀ ଏବେ ବୈତରଣୀ ରେ ବନ୍ୟା ପରିସ୍ଥିତି ରହିଛି । ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ନଦୀ । ବୈତରଣୀ ପାଣି ନିଷ୍କାସନ ପାଇଁ ୪ ଦିନ ସମୟ ଲାଗିବ । ସେହିଭଳି ସୁବର୍ଣ୍ଣରଖା ଓ ଜଳକାରେ ବନ୍ୟା ସ୍ଥିତି ନାହିଁ ।

ସେପଟେ ବନ୍ୟା ମୁକାବିଲା ପାଇ ପାଇଁ ଏହି ୩ ଜିଲ୍ଲାକୁ ୩ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ପଠାଯାଇଛି । ବନ୍ୟାଞ୍ଚଳରେ ଏବେ ବି ବହୁ ଗାଁ ପାଣି ଘେରରେ ରହିଛି । ଅନେକ ସ୍ଥାନରେ ରାସ୍ତାରେ ପାଣି ଚାଲୁଛି । ଅନେକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ସେପଟେ ପାଟଣାରେ ସକାଳ ୯ଟାରେ ବିପଦ ସଙ୍କେତ ପାର କରିଛି ବୈତରଣୀ, ଏଠାରେ ୩୧୧.୧୦ ବିପଦ ସଙ୍କେତ ଥିବା ବେଳେ ୩୧୧.୨୨ ମିଟର ବନ୍ୟାଜଳ ପ୍ରବାହିତ ହେଉଛି । ପାଟଣା ବୈତରଣୀ ଅବବାହିକା ୯୭.୪ ମିମି ବର୍ଷା ରେକର୍ଡ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking