29.1 C
Bhubaneswar
Monday, August 17, 2026
Homeଦେଶ ବିଦେଶବିଧାୟକ ହେଲେ ପ୍ରଶାନ୍ତ କିଶୋର: ବିହାର ବିଧାନସଭାରେ ନେଲେ ଶପଥ

ବିଧାୟକ ହେଲେ ପ୍ରଶାନ୍ତ କିଶୋର: ବିହାର ବିଧାନସଭାରେ ନେଲେ ଶପଥ

ନୂଆଦିଲ୍ଲୀ: ବିଧାୟକ ଭାବେ ଶପଥ ନେଲେ ପ୍ରଶାନ୍ତ କିଶୋର । ଜନ୍ ସୁରାଜ୍ ପାର୍ଟି ପ୍ରଥମ ବିଜୟ ପରେ ବାଙ୍କିପୁର ବିଧାୟକ ଭାବେ ଶପଥ ଗ୍ରହଣ କରିଛନ୍ତି ପ୍ରଶାନ୍ତ କିଶୋର ।  ଜନ୍ ସୁରାଜ୍ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ସୋମବାର ବିହାର ବିଧାନସଭାରେ ଶପଥ ନେଇଛନ୍ତି । ୧୯୯୫ ମସିହାରୁ ବିଜେପିର ଗଢ଼ ରହିଥିବା ବିହାରର ସହରୀ ବାଙ୍କିପୁର ଆସନରେ ପ୍ରଶାନ୍ତ କିଶୋର ତାଙ୍କ ପ୍ରଥମ ନିର୍ବାଚନୀ ବିଜୟ ହାସଲ କରିଛନ୍ତି ।ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ୧୯,୩୨୪ ଭୋଟ୍‌ରେ ପରାସ୍ତ କରିଛନ୍ତି। ଏହି ଆସନ ବିଜେପିର ଜାତୀୟ ଅଧ୍ୟକ୍ଷ ନିତିନ୍ ନବୀନ ଛାଡିବା ଯୋଗୁ ଖାଲି ହୋଇଥିଲା। ୨୦୨୫ ବିହାର ବିଧାନସଭା ନିର୍ବାଚନରେ ଜନ ସୁରାଜ  ଦଳ କୌଣସି ଆସନ ଜିତିପାରିନଥିଲା। କିନ୍ତୁ ବାଙ୍କିପୁର ଉପନିର୍ବାଚନରେ ବିଜୟୀ ହୋଇଥିଲେ ପ୍ରଶାନ୍ତ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking