29.1 C
Bhubaneswar
Monday, August 17, 2026
Homeଓଡିଶାନରେନ୍ଦ୍ର ସାହୁ ଅପହରଣ ଘଟଣାରେ ଆଉ ଦୁଇ ଅଟକ

ନରେନ୍ଦ୍ର ସାହୁ ଅପହରଣ ଘଟଣାରେ ଆଉ ଦୁଇ ଅଟକ

ବଲାଙ୍ଗୀର: ବଲାଙ୍ଗୀରର ବହୁଚର୍ଚ୍ଚିତ ନରେନ୍ଦ୍ର ସାହୁ ଅପହରଣ ଘଟଣାରେ ଆଉ ଦୁଇ ଅଟକ । ଅଟକଙ୍କ ଭିତରେ ଅଛନ୍ତି । ଜଣେ ପୋଲିସ ଓ ଅନ୍ୟ ଜଣେ ନିଜକୁ ସାମ୍ବାଦିକ କହୁଥିବା ବ୍ୟକ୍ତି । ହନୁମାନ ଟଙ୍କା ପାଇଁ ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ସାହୁଙ୍କ ଘଟଣାରେ ନୂଆ ଟ୍ୱିଷ୍ଟ ଆସିଛି । ଗିରଫ ମାଷ୍ଟର ମାଇଣ୍ଡ କ୍ଷୀତିଶ ସାହୁର ଭଉଣୀ ପୋଲିସ ସବ ଇନ୍ସପେକ୍ଟର ସ୍ନେହା ମଞ୍ଜୁରୀ ସାହୁଙ୍କ ସମ୍ପୃକ୍ତି ନେଇ ଛାନଭିନ ଚାଲିଛି । ଭାଇ ଭଉଣୀ କିଡନାପରେ ସାମିଲ ଥିବା ନେଇ ଖୋଳତାଡ ହେଉଛି । ସ୍ନେହା ମଞ୍ଜରୀ ସାହୁଙ୍କୁ ବଲାଙ୍ଗୀର ରିଜର୍ଭ ପୋଲିସ ବାରାକରେ ଜେରା କରାଯାଉଛି । ସେହିପରି ନିଜକୁ ସାମ୍ବାଦିକ କହୁଥିବା ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଅଟକ ରଖାଯାଇଥିବା ସୂଚନା ମିଳିଛି । ତାଙ୍କ ନାଁ ସଞ୍ଜୟ ଜେନ୍ନା । ଉଭୟଙ୍କୁ ପଚରାଉଚରା କରୁଛି ପୋଲିସ । ଅପହରଣ ପରେ ସ୍ନେହା ନିଜେ ସବୁ କିଛି ନିୟନ୍ତ୍ରଣ କରୁଥିବା ସୂଚନା ମିଳିଛି । ତେବେ ଅପହରଣ ଘଟଣାରେ ଯାହାର ବି ସମ୍ପୃକ୍ତି ଥିବ ସମସ୍ତଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଉତ୍ତରାଞ୍ଚଳ ଆଇଜି ହିଂମାଂଶୁ ଲାଲ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking