ଭୁବନେଶ୍ୱର: ଉଛୁଳିଛି ବୈତରଣୀ ଓ ଜଳକା ନଦୀ । ବାଲେଶ୍ୱର, ଭଦ୍ରକ ଯାଜପୁରରେ ବନ୍ୟା ସ୍ଥିତି ଗମ୍ଭୀର ହୋଇଛି । ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ରହିଛି । ଆଜି ଅବପାତର ରୂପ ନେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୨୦ ତାରିଖ ଯାଏଁ । ଉତ୍ତର ଓଡିଶାରେ ପ୍ରବଳ ଢାଳିବ । ତେଣୁ ସ୍ଥିତି ଗୁରୁତର ହେବା ଆଶଙ୍କା ରହିଛି । ବାଲେଶ୍ୱର, ଭଦ୍ରକ, ଯାଜପୁରରେ ବନ୍ୟା ସ୍ଥିତି ଅଧିକ ସମ୍ବେଦନଶୀଳ ରହିଛି । ବନ୍ୟା ମୁକାବିଲା ପାଇଁ ଏହି ୩ ଜିଲ୍ଲାକୁ ୩ ଜଣ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ପଠାଯାଇଛି । ସେପଟେ ପାଟଣାରେ ସକାଳ ୯ଟାରେ ବିପଦ ସଙ୍କେତ ପାର କରିଛି ବୈତରଣୀ । ଏଠାରେ ୩୧୧.୧୦ ବିପଦ ସଙ୍କେତ ଥିବା ବେଳେ ୩୧୧.୨୨ ମିଟର ବନ୍ୟାଜଳ ପ୍ରବାହିତ ହେଉଛି । ପାଟଣା ବୈତରଣୀ ଅବବାହିକା ୯୭. ୪ ମିମି ବର୍ଷା ରେକର୍ଡ ହୋଇଛି । ତେବେ ବନ୍ୟା ପ୍ରଭାବିତ ଜିଲ୍ଲା ଯାଜପୁର, ଭଦ୍ରକ, ବାଲେଶ୍ୱର ପାଇଁ ବିଜେଡିର ୩ ବରିଷ୍ଠ ନେତାଙ୍କୁ ନିଯୁକ୍ତି ମିଳିଛି । ଯାଜପୁର ପାଇଁ ପ୍ରଦୀପ ଅମାତ, ଭଦ୍ରକ ପାଇଁ ଅରୁଣ ସାହୁ, ବାଲେଶ୍ୱର ପାଇଁ ସଞ୍ଜୟ ଦାସବର୍ମାଙ୍କୁ ନିଯୁକ୍ତ କରିଛି ଦଳ । ସେମାନେ ବନ୍ୟାଞ୍ଚଳ ପରିଦର୍ଶନ କରିବା ସହ ପ୍ରଭାବିତଙ୍କ ସଂଖ୍ୟା ଆଲୋଚନା କରି ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟର ସମନ୍ୱୟ କରିବେ ।











