ନୂଆଦିଲ୍ଲୀ: ବିଜେପି ସଭାପତି ନୀତିନ ନବୀନ ନୂତନ ଦଳ ଘୋଷଣା କରିଛନ୍ତି ।୧୩ ଜଣଙ୍କୁ ଉପାଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି । ୮ ଜଣଙ୍କୁ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଦାୟିତ୍ୱ ମିଳିଛି । ବି.ଏଲ ସନ୍ତୋଷଙ୍କୁ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଦାୟିତ୍ୱ ଦିଆଯାଇଛି । ୧୬ ବରିଷ୍ଠ ନେତାଙ୍କୁ ରାଷ୍ଟ୍ରୀୟ ସମ୍ପାଦକ ଦାୟିତ୍ୱ ଦିଆଯାଇଛି । ତାଲିକାରେ ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପ ସଭାପତି ଭାବେ ଦାୟିତ୍ୱ ଦିଆଯାଇଛି । ବୈଜୟନ୍ତ ପଣ୍ଡାଙ୍କୁ ପୁଣି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଛି । ସମ୍ବିତ ପାତ୍ରଙ୍କୁ ନର୍ଥ ଇଷ୍ଟ କୋର୍ଡିନେଟର ଭାବେ ଦାୟିତ୍ୱ ଦିଆଯାଇଛି । ପୀୟୁଷ ଗୋୟଲଙ୍କୁ ମିଳିଛି ରାଷ୍ଟ୍ରୀୟ କୋଷାଧ୍ୟକ୍ଷ ଦାୟିତ୍ୱ ମିଳିଛି । ଉପ-ସଭାପତି, ସାଧାରଣ ସମ୍ପାଦକ, ସଚିବ ଏବଂ ମୁଖପାତ୍ରଙ୍କ ତାଲିକା ସତର୍କତାର ସହ ଚୟନ କରାଯାଇଛି, ଜାତିଗତ ବିଚାର ସହିତ ଯୁବ ଏବଂ ମହିଳାମାନଙ୍କୁ ବିଶେଷ ଧ୍ୟାନ ଦିଆଯାଇଛି। ବିଜେପି ଉତ୍ତର ପ୍ରଦେଶର ଅନେକ ନେତାଙ୍କୁ ନୂତନ ଦଳରେ ସାମିଲ କରିଛି, ଯେଉଁଠାରେ ଆସନ୍ତା ବର୍ଷ ପ୍ରାରମ୍ଭରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି।










