29.1 C
Bhubaneswar
Monday, August 17, 2026
Homeଓଡିଶାମାଲକାନଗିରିରେ ବାଘ ଆତଙ୍କ: ୪ ବର୍ଷର ଶିଶୁ ଗୁରୁତର

ମାଲକାନଗିରିରେ ବାଘ ଆତଙ୍କ: ୪ ବର୍ଷର ଶିଶୁ ଗୁରୁତର

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଜନ୍ଦ୍ରାଗୁଡ଼ା ଗାଁରେ ବାଘ ଆତଙ୍କ । ବାଘ ଆକ୍ରମଣରେ ଜଣେ ୪ ବର୍ଷର ଶିଶୁକନ୍ୟା ଗୁରୁତର ଆହତ ହୋଇଛନ୍ତି । ଘର ନିକଟରେ ଖେଳୁଥିବା ବେଳେ ହଠାତ୍‌ ଏକ ବନ୍ୟଜନ୍ତୁ ଆସି ଶିଶୁକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।ସୂଚନା ଅନୁସାରେ, ଜନ୍ଦ୍ରାଗୁଡ଼ା ଗାଁର ଆଇତା ବେଟିଙ୍କ ୪ ବର୍ଷର ଝିଅ ସରୋଜିନୀ ଘରେ ଖେଳୁଥିଲେ । ଏହି ସମୟରେ ହଠାତ୍‌ ଏକ ବନ୍ୟଜନ୍ତୁ ତାଙ୍କୁ ଆକ୍ରମଣ କରି ଜଙ୍ଗଲ ଆଡ଼କୁ ଟାଣି ନେଉଥିଲା । ଶିଶୁର ଚିତ୍କାର ଶୁଣି ଗାଁ ଲୋକେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ । ପରେ ଜନ୍ତୁଟିକୁ ଘଉଡ଼ାଇ ରକ୍ତାକ୍ତ ଅବସ୍ଥାରେ ଶିଶୁକୁ ଉଦ୍ଧାର କରିଥିଲେ ।ଆହତ ଶିଶୁକୁ ତୁରନ୍ତ ମାଥିଲି ସବ୍‌ଡିଭିଜନ ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କ ବେକ, କାନ୍ଧ ଓ ପିଠିରେ ନଖ ରାମ୍ପୁଡ଼ା ଆଘାତ ରହିଛି ।ଗ୍ରାମବାସୀଙ୍କ ଅଭିଯୋଗ, କଲରାପତରିଆ ବାଘ ଆକ୍ରମଣ କରିଛି । ତେବେ ଆକ୍ରମଣକାରୀ ପ୍ରକୃତରେ ବାଘ ନା ଅନ୍ୟ କୌଣସି ବନ୍ୟଜନ୍ତୁ, ତାହା ଜଣାପଡ଼ିନାହିଁ । ବନ ବିଭାଗ ଘଟଣାର ତଦନ୍ତ କରିବା ସହ ଆକ୍ରମଣକାରୀ ଜନ୍ତୁକୁ ଚିହ୍ନଟ ପାଇଁ ଅନୁସନ୍ଧାନ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking