ଭୁବନେଶ୍ୱର: ବୈତରଣୀରେ ବନ୍ୟା ପ୍ରଭାବିତ ଅନେକ ଅଞ୍ଚଳ । କେନ୍ଦୁଝର ଆନନ୍ଦପୁରରେ ବୈତରଣୀ ନଦୀ ବିପଦ ସଂକେତର ଢେର ଉପରେ ପ୍ରବାହିତ ହେଉଛି । ବୈତରଣୀ ନଦୀର ଉପର ମୁଣ୍ଡରେ ଲଘୁଚାପ ଜନିତ ବର୍ଷା ଯୋଗୁ ବୈତରଣୀ ନଦୀରେ ବନ୍ୟା ଆସିବାରୁ ଘସିପୁରା ବ୍ଲକର ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି। ଆନନ୍ଦପୁର ରିଙ୍ଗ ରୋଡରେ ସୃଷ୍ଟି ହୋଇଥିବା ଘାଇରେ ବନ୍ୟା ପାଣି ପଶିବା ପରେ ପ୍ରଭାବିତ ହୋଇଛନ୍ତି ଲୋକେ। ସେହିଭଳି ଆନନ୍ଦପୁର ପୌରପରିଷଦର ୧୩ ନମ୍ବର ୱାର୍ଡର ସାଉଁନ୍ତି ସାହି ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ । ଏବେ ମଧ୍ୟ ନଦୀ ବିପଦ ସଂକେତର ଢେର ଉପରେ ପ୍ରବାହିତ ହେଉଛି । ଆନନ୍ଦପୁର ଠାରେ ବିପଦ ସଂକେତ ୩୮.୩୬୦ ମିଟର ଥିବା ବେଳେ ୪୦.୨୫୦ ମିଟରରେ ବନ୍ୟା ପାଣି ପ୍ରବାହିତ ହେଉଛି ।










