29.1 C
Bhubaneswar
Friday, August 14, 2026
Homeଓଡିଶାବଡ଼ଘାଟିରେ ଭୟଙ୍କର ଦୁର୍ଘଟଣା: ୩୦ ଫୁଟ ତଳକୁ ଓଲଟିଲା ଟ୍ରକ୍

ବଡ଼ଘାଟିରେ ଭୟଙ୍କର ଦୁର୍ଘଟଣା: ୩୦ ଫୁଟ ତଳକୁ ଓଲଟିଲା ଟ୍ରକ୍

ଗଞ୍ଜାମ : ବାଲେଶ୍ୱର ସୋରରେ ସିରିଜ୍ ଦୁର୍ଘଟଣାକୁ ନେଇ ଚର୍ଚ୍ଚା ଥମିନଥିବା ବେଳେ, ସେପଟେ ଗଞ୍ଜାମ ବଡ଼ଘାଟିରେ ଘଟିଛି ଆଉ ଏକ ଭୟଙ୍କର ସଡ଼କ ଦୁର୍ଘଟଣା । ପ୍ରାୟ ୩୦ ଫୁଟ ତଳକୁ ଓଲଟି ପଡ଼ିଛି କାଜୁ ଚୋପା ବୋଝେଇ ଏକ ଟ୍ରକ୍ । ସୂଚନା ଅନୁସାରେ, ଗୋପାଳପୁରରୁ କାଜୁ ଚୋପା ବୋଝେଇ କରି ଟ୍ରକ୍‌ଟି ଦିଲ୍ଲୀ ଅଭିମୁଖେ ଯାଉଥିଲା । ତେବେ ଗଞ୍ଜାମ ବଡ଼ଘାଟି ନିକଟରେ ହଠାତ୍ ଭାରସାମ୍ୟ ହରାଇ ଟ୍ରକ୍‌ଟି ରାସ୍ତା କଡ଼ରୁ ପ୍ରାୟ ୩୦ ଫୁଟ ତଳକୁ ଖସି ଓଲଟି ପଡ଼ିଥିଲା । ଦୁର୍ଘଟଣାରେ ଟ୍ରକ୍‌ର ଡ୍ରାଇଭର ଆହତ ହୋଇଥିବା ଜଣାପଡ଼ିଛି । ଖବର ପାଇ ଉଦ୍ଧାରକାରୀ ଦଳ ଓ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଆହତ ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲେ । ତାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଛି । ତେବେ କେଉଁ କାରଣରୁ ଟ୍ରକ୍‌ଟି ଭାରସାମ୍ୟ ହରାଇଲା, ତାହା ଏବେ ସ୍ପଷ୍ଟ ହୋଇନାହିଁ । ଦୁର୍ଘଟଣାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking