29.4 C
Bhubaneswar
Saturday, August 8, 2026
Homeଓଡିଶାସଡ଼କ ଦୁର୍ଘଟଣାରେ ଚାଲିଗଲେ ବାପ-ପୁଅ

ସଡ଼କ ଦୁର୍ଘଟଣାରେ ଚାଲିଗଲେ ବାପ-ପୁଅ

ବରଗଡ଼: ବରଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅକାଳରେ ଚାଲିଗଲେ ବାପ-ପୁଅ । ସ୍କୁଟିକୁ ପଛପଟୁ ଧକ୍କା ଦେଲା ଦ୍ରୁତଗାମୀ ଟ୍ରକ । ଟ୍ରକ ଚକା ତଳେ ଚାପି ହୋଇ ଘଟଣାସ୍ଥଳରେ ହିଁ ପୁଅର ମୃତ୍ୟୁ । ଆଉ ଗୁରୁତର ଆହତ ବାପା ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ବରଗଡ଼ ସୋହେଲା ଥାନା ଛକ ନିକଟରେ ଘଟିଛି ଏହି ହୃଦୟ ବିଦାରକ ଦୁର୍ଘଟଣା । ବାପା-ପୁଅ ସ୍କୁଟିରେ ଯାଉଥିବା ସମୟରେ ହଠାତ୍ ଏକ ଟ୍ରକ ସେମାନଙ୍କ ସ୍କୁଟିକୁ ଧକ୍କା ଦେଇଥିଲା । ଧକ୍କା ଏତେ ଭୟଙ୍କର ଥିଲା ଯେ, ପୁଅ ରାସ୍ତାରେ ଛିଟିକି ପଡ଼ିଥିବା ବେଳେ ତାଙ୍କ ଉପରେ ଟ୍ରକ ଚଢ଼ିଯାଇଥିଲା ।

ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ଜୀବନ ଚାଲିଯାଇଥିଲା । ଅନ୍ୟପଟେ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ ବାପା । ତୁରନ୍ତ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନିଆଯାଇଥିଲା । ହେଲେ ଚିକିତ୍ସା ଚାଲିଥିବା ବେଳେ ଶେଷରେ ବାପା ମଧ୍ୟ ଆଖି ବୁଜିଛନ୍ତି । ଗୋଟିଏ ଦୁର୍ଘଟଣାରେ ଗୋଟିଏ ପରିବାରର ଦୁଇ ଜଣଙ୍କୁ ହରାଇ ଏବେ ଶୋକରେ ପରିବାର ଓ ସମ୍ପର୍କୀୟ। ଘଟଣାକୁ ନେଇ ସୋହେଲା ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା କେମିତି ଘଟିଲା, ଟ୍ରକର ବେଗ କେତେ ଥିଲା ଏବଂ ଘଟଣା ପଛରେ ଅନ୍ୟ କୌଣସି କାରଣ ରହିଛି କି ନାହିଁ, ସେନେଇ ତଦନ୍ତ ଚାଲିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking