25.6 C
Bhubaneswar
Wednesday, July 22, 2026
Homeଓଡିଶା୫ହଜାର ଟଙ୍କା ଲାଞ୍ଚ ନେଇ ପଞ୍ଚାୟତ ଅଧିକାରୀ ଗିରଫ

୫ହଜାର ଟଙ୍କା ଲାଞ୍ଚ ନେଇ ପଞ୍ଚାୟତ ଅଧିକାରୀ ଗିରଫ

ଭୁବନେଶ୍ୱର : ୫ହଜାର ଟଙ୍କା ଲାଞ୍ଚ ନେଇ ଯାଜପୁରଜିଲ୍ଲା କୋରେଇ ବ୍ଲକ୍‌ କାଚରା ସାହି ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ପ୍ରଫୁଲ୍ଲ କୁମାର ନାଥ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍‌ସ) ହାତରେ ଧରାପଡ଼ିଛନ୍ତି। ଭିଜିଲାନ୍‌ସ ବିଭାଗ ପକ୍ଷରୁ ଜାରି ପ୍ରେସ୍‌ ବିବୃତି ଅନୁସାରେ, ଜଣେ ଗୃହହୀନ ବିଧବା ହିତାଧିକାରୀ ଅନ୍ତ୍ୟୋଦୟ ଗୃହ ଯୋଜନା (ଏଜିୱାଇ)ର ଅନ୍ତିମ କିସ୍ତି ପାଇବାକୁ ପଞ୍ଚାୟତ କାର୍ଯ୍ୟାଳୟ ବାରମ୍ବାର ଦୌଡ଼ିଥିଲେ। ନିୟମାନୁସାରେ ନିଜର ଘର ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିଦେଇଥିଲେ, ଏଣୁ ତାଙ୍କୁ ବୋନସ ମଧ୍ୟ ମିଳିବାର ଥିଲା। ତେବେ ଅର୍ଥର ଅଭାବ ଥବାରୁ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ନିକଟରେ ତୁରନ୍ତ କିସ୍ତି ପ୍ରଦାନ କରିବାକୁ ଅନେକ ହାରିଗୁହାରି କହିଥିଲେ। ତେବେ ଏହି କିସ୍ତି ଦେବା ପାଇଁ ପିଇଓ ୧୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଜଣେ ଗରିବ ବିଧବାଙ୍କ ଦୁଃଖ କୌଣସି ପ୍ରକାରେ ପିଇଓ ପ୍ରଫୁଲ୍ଲ କୁମାରଙ୍କ ହୃଦୟରେ ଦୟା ସଞ୍ଚାର କରିଥିଲା, ୧୦ହଜାର ଟଙ୍କାକୁ ହ୍ରାସ କରି ୫ ହଜାର ଟଙ୍କା ଦେବା ପାଇଁ ଦାବି କରିଥିଲେ। । ଏନେଇ ପିଇଓ ନାଥଙ୍କ ବିରୋଧରେ କଟକ ଭିଜିଲାନ୍‌ସ ଥାନାରେ ରେ ଏକ ମାମଲା ରୁଜୁ କରାଯାଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଘର ଓ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking