32 C
Bhubaneswar
Saturday, July 18, 2026
Homeଓଡିଶାପାଣିରେ ବୁଡ଼ି ଚାଷୀଙ୍କ ମୃତ୍ୟୁ

ପାଣିରେ ବୁଡ଼ି ଚାଷୀଙ୍କ ମୃତ୍ୟୁ

ରେଙ୍ଗାଳି: କାମ କରିବାକୁ ଯାଇ ଆଉ ଘରକୁ ଫେରିଲେ ନାହିଁ ଚାଷୀ। ପାଣିରେ ବୁଡ଼ି ଯିବାରୁ ଚାଲିଗଲା ଜୀବନ। ଗତକାଲି ଦିନ ୧୧ଟାରୁ ନିଖୋଜ ଥିଲେ ,ରେଙ୍ଗାଳି ଥାନା ସୁଲେଇପାଳ ଗ୍ରାମର ମିଲୁ ରାଉତ। ପ୍ରତିଦିନ ପରି ଗତକାଲି ମଧ୍ୟ ସେ ଚାଷ ଜମିକୁ କାମ କରିବାକୁ ଯାଇଥିଲେ। କିନ୍ତୁ ସନ୍ଧ୍ୟା ହେବା ପରେ ମଧ୍ୟ ସେ ଆଉ ଘରକୁ ଫେରିନଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳିନଥିଲା ।ଆଜି ସକାଳୁ କିଛି ଗ୍ରାମବାସୀ ଚାଷ ଜମି ଭିତରେ ତାଙ୍କୁ ପଡ଼ିଥିବା ଦେଖି ପୁଲିସକୁ ଜଣାଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୁଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି । ବର୍ତ୍ତମାନ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking