28.7 C
Bhubaneswar
Thursday, July 16, 2026
Homeଓଡିଶାପ୍ରଭୁଙ୍କୁ ପ୍ରସନ୍ନ କରିବା ପାଇଁ ଭକ୍ତଙ୍କ ବିଭିନ୍ନ ବେଶ ଧାରଣ

ପ୍ରଭୁଙ୍କୁ ପ୍ରସନ୍ନ କରିବା ପାଇଁ ଭକ୍ତଙ୍କ ବିଭିନ୍ନ ବେଶ ଧାରଣ

ପୁରୀ: ରଥଯାତ୍ରାର ଏହି ପବିତ୍ର ଦିନରେ ଯେଉଁଆଡ଼େ ଦେଖିବେ ସେଠାରେ କେବଳ ଭକ୍ତିର ଝଲକ । କିଏ ପ୍ରଭୁଙ୍କୁ ପ୍ରସନ୍ନ କରିବା ପାଇଁ ଶ୍ରୀକୃଷ୍ଣ, ଶ୍ରୀରାମ, ମହାଦେବ, ମା’ ଦୁର୍ଗା କିମ୍ବା ମା’ ଲକ୍ଷ୍ମୀଙ୍କ ବେଶ ଧାରଣ କରିଛନ୍ତି । କିଏ ଭଜନ-କୀର୍ତ୍ତନରେ ଲୀନ, କିଏ ଘଣ୍ଟ, କାହାଳୀ ଓ ମାଦଳ ବଜାଇ ପ୍ରଭୁଙ୍କ ସେବା କରୁଛନ୍ତି । ଆଉ କିଏ ନୃତ୍ୟ ମାଧ୍ୟମରେ ନିଜର ଭକ୍ତିଭାବ ଅର୍ପଣ କରୁଛନ୍ତି । କେବଳ ମଣିଷ ନୁହେଁ, ପ୍ରକୃତି ମଧ୍ୟ ଆଜି ମହାପ୍ରଭୁଙ୍କ ସେବାରେ ସାମିଲ ହୋଇଥିବା ଭଳି ଲାଗୁଛି । ଆକାଶରେ ଘନ ମେଘ ଖେଳିଯାଇଛି । ମଧ୍ୟେ ମଧ୍ୟେ ବର୍ଷାର ଶୀତଳ ପରଶ ଭକ୍ତଙ୍କୁ ଖରାର ପ୍ରକୋପରୁ ରକ୍ଷା କରୁଛି । ମନେ ହେଉଛି, ପ୍ରକୃତି ନିଜେ ମଧ୍ୟ ଏହି ମହାପର୍ବରେ ମହାପ୍ରଭୁଙ୍କ ସେବାରେ ନିୟୋଜିତ ।ଅନେକ ଭକ୍ତଙ୍କ ଆଖିରେ ଆନନ୍ଦାଶ୍ରୁ । କେହି ପ୍ରଭୁଙ୍କୁ ନିଜ ଦୁଃଖ କହୁଛନ୍ତି, କେହି ନିଜର ଅଭିମାନ ପ୍ରକାଶ କରୁଛନ୍ତି । କେହି କହୁଛନ୍ତି—”ପ୍ରଭୁ, ଆଉ କୁଆଡ଼େ ଯାଅନି । ଆମ ପାଖରେ ରୁହ । ଆମ ଆଖି ସହ ତୁମ ଆଖି ମିଶାଅ । ତୁମ ଦର୍ଶନରେ ହିଁ ଆମ ଜୀବନର ସବୁ କଷ୍ଟ ଦୂର ହୋଇଯାଏ ।” ଏହି ହେଉଛି ଜଗନ୍ନାଥ ସଂସ୍କୃତିର ମହିମା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking