28.7 C
Bhubaneswar
Thursday, July 16, 2026
Homeଓଡିଶାଆରମ୍ଭ ହେଲା କାଳିଆ ସାଆନ୍ତଙ୍କ ପହଣ୍ଡି

ଆରମ୍ଭ ହେଲା କାଳିଆ ସାଆନ୍ତଙ୍କ ପହଣ୍ଡି

ପୁରୀ : ଶ୍ରୀକ୍ଷେତ୍ର ପୁରୀରେ ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ସବୁଠୁ ଆକର୍ଷଣୀୟ ଏବଂ ଭାବବିହ୍ୱଳ କରୁଥିବା ପରମ୍ପରା ପହଣ୍ଡି ବିଜେ । ଶଙ୍ଖଧ୍ୱନି, ଘଣ୍ଟ, କାହାଳୀ, ହରିବୋଲ ଓ ଜୟ ଜଗନ୍ନାଥ ଧ୍ୱନିରେ କମ୍ପି ଉଠିଛି ସମଗ୍ର ଶ୍ରୀକ୍ଷେତ୍ର ।  ଶ୍ରୀକ୍ଷେତ୍ର ପୁରୀରେ ରଥଯାତ୍ରାର ସବୁଠୁ ଭାବବିହ୍ୱଳ କରୁଥିବା ମୁହୂର୍ତ୍ତ ଏବେ ସମସ୍ତଙ୍କ ଆଖି ଆଗରେ । ଶେଷ ହେଲା ଦୀର୍ଘ ଅପେକ୍ଷା । ଶ୍ରୀକ୍ଷେତ୍ର ପୁରୀରେ ଆରମ୍ଭ ହୋଇଛି ସବୁଠାରୁ ପ୍ରତୀକ୍ଷିତ ମୁହୂର୍ତ୍ତ କାଳିଆ ସାଆନ୍ତ ଶ୍ରୀଜଗନ୍ନାଥଙ୍କ ପବିତ୍ର ଗୋଟି ପହଣ୍ଡି । ଶଙ୍ଖଧ୍ୱନି, ଘଣ୍ଟ, ମୃଦଙ୍ଗ ଓ “ଜୟ ଜଗନ୍ନାଥ” ଧ୍ୱନିରେ କମ୍ପି ଉଠିଛି ସମଗ୍ର ବଡ଼ଦାଣ୍ଡ । ଚାରିଆଡ଼େ କେବଳ ଭକ୍ତି, ଆନନ୍ଦ ଓ ଆବେଗର ପରିବେଶ । ଆଜିର ଏହି ଦିବ୍ୟ ମୁହୂର୍ତ୍ତ ପାଇଁ ଭକ୍ତମାନେ ବର୍ଷସାରା ଅପେକ୍ଷା କରିଥାନ୍ତି । କେହି ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ, ତ କେହି ଦେଶ ଓ ବିଦେଶର ଦୂରଦୂରାନ୍ତରୁ କେବଳ ମହାପ୍ରଭୁଙ୍କୁ ଥରେ ଆଖିଭରି ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି । ପହଣ୍ଡିରେ ସେବାୟତଙ୍କ କାନ୍ଧରେ ଝୁଲି ଝୁଲି ଭକ୍ତଙ୍କ ଗହଣକୁ ଆସୁଛନ୍ତି କାଳିଆ ସାଆନ୍ତ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking