32.8 C
Bhubaneswar
Monday, June 15, 2026
Homeଦେଶ ବିଦେଶୟୁକ୍ରେନ ଉପରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କଲା ରୁଷ

ୟୁକ୍ରେନ ଉପରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କଲା ରୁଷ

ମସ୍କୋ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ସୋମବାର ଦିନ ରୁଷ ୟୁକ୍ରେନ ଉପରେ ବଡ଼ ଧରଣର ଆକ୍ରମଣ କରିଛି। ରୁଷ ଆକ୍ରମଣରେ ଖାରକିଭରେ ପାଞ୍ଚ ଜଣ ଉଦ୍ଧାରକାରୀଙ୍କ ମୃତ୍ୟୁ ଘଟିଛି। ରାଜଧାନୀ କିଭ୍‌ରେ ୧୩ ଜଣ ଆହତ ହୋଇଛନ୍ତି। ଏହି ଆକ୍ରମଣ ଯୋଗୁଁ ଦେଶର ଅନେକ କୋଠା ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ସ୍ଥଳରେ ଅଗ୍ନିକାଣ୍ଡ ଘଟିଛି।ଗୃହମନ୍ତ୍ରୀ ଇହୋର କ୍ଲିମେଙ୍କୋ କହିଛନ୍ତି ଯେ, ଖାରକିଭରେ ଉଦ୍ଧାରକର୍ମୀମାନେ ଆକ୍ରମଣ ଯୋଗୁଁ ଲାଗିଥିବା ନିଆଁ ଲିଭାଉଥିବା ସମୟରେ ଦ୍ୱିତୀୟ ଆକ୍ରମଣ ହୋଇଥିଲା, ଯେଉଁଥିରେ ସେମାନଙ୍କର ମୃତ୍ୟୁ ହୋଇଥିଲା। କିଭରେ ପ୍ରଥମେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ ହୋଇଥିଲା ଏବଂ ତା’ପରେ ସାହିଦ ଡ୍ରୋନ୍ ଦ୍ୱାରା ଆକ୍ରମଣ କରାଯାଇଥିଲା। ଫଳରେ ସହରର ବହୁସ୍ଥାନରେ ବିସ୍ଫୋରଣ ଘଟିଥିଲା। ଅନେକ ଲୋକ ବଙ୍କରରେ ଆଶ୍ରୟ ନେଇଛନ୍ତି। କର୍ତ୍ତୃପକ୍ଷ ବାସିନ୍ଦାଙ୍କୁ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ଅପିଲ୍ କରିଛନ୍ତି।ମୁଖ୍ୟ ଆକ୍ରମଣ କିଭ୍ ଉପରେ ହୋଇଛି। ଫଳରେ ସହରର ଭିତ୍ତିଭୂମିର ବହୁ କ୍ଷତି ହୋଇଛି। କିଭ୍ ସହର ସାମରିକ ପ୍ରଶାସନର ମୁଖ୍ୟ ତୈମୁର ତକାଚେଙ୍କୋ କହିଛନ୍ତି, ରାଜଧାନୀରେ ଜଣେ ଶିଶୁ ସମେତ ୧୩ ଜଣଙ୍କୁ ଚିକିତ୍ସାଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ କହିଛନ୍ତି, ଶେଭଚେନକିଭସ୍କି ଜିଲ୍ଲାରେ ୩୦ ମିନିଟରୁ କମ୍ ସମୟ ମଧ୍ୟରେ ପାଞ୍ଚଟି ଆକ୍ରମଣ ଘଟିଥିଲା, ଯେଉଁଥିରେ ଏକ ୨୫ ମହଲା ବିଶିଷ୍ଟ ଆବାସିକ କୋଠା, ଏକ ବଜାର ଏବଂ ଏକ ତେଜରାତି ଦୋକାନରେ ନିଆଁ ଲାଗିଯାଇଥିଲା। ଓବୋଲୋନସ୍କି ଜିଲ୍ଲାରେ ଏକ ନଅ ମହଲା ବିଶିଷ୍ଟ ଆବାସିକ କୋଠା ମଧ୍ୟ ଆକ୍ରମଣରେ ଭାଙ୍ଗିରୁଜି ଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking