32.8 C
Bhubaneswar
Monday, June 15, 2026
Homeଓଡିଶାଚାମେଲିଙ୍କୁ ଭେଟିଲେ ସୋଫିଆ

ଚାମେଲିଙ୍କୁ ଭେଟିଲେ ସୋଫିଆ

କେନ୍ଦ୍ରାପଡା: ମହାକାଳପଡ଼ା ବ୍ଲକ ତିଖିରି ଗ୍ରାମ ପଞ୍ଚାୟତର ସରପଞ୍ଚ ଚାମେଲି ଓଝା ଅସୁସ୍ଥ ହୋଇ ବର୍ତ୍ତମାନ ସେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଡାକ୍ତରଖାନାରେ ପହଞ୍ଚି ସରପଞ୍ଚ ଚାମେଲି ଓଝାଙ୍କୁ ଭେଟିବା ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ସେ କହିଛନ୍ତି , ଚାମେଲି ଜଣେ ଜନପ୍ରତିନିଧି । ତାଙ୍କୁ ଯେଉଁ ଅଧିକାରୀ ଏବଂ ପୁଲିସମାନେ ଦୁର୍ବ୍ୟବହାର କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ।ଏହାପରେ ବିଧାୟିକା ଜିଲ୍ଲାପାଳଙ୍କ ବାସଭବନ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲାପାଳ ରଘୁରାମ ଆର. ଆୟାର ଏବଂ ଏସପି ସିଦ୍ଧାର୍ଥ କଟାରିଆଙ୍କୁ ଭେଟିଥିଲେ । ଏହି ସାକ୍ଷାତକାର ସମୟରେ ସରପଞ୍ଚଙ୍କ ସମ୍ପର୍କିତ ସମଗ୍ର ଘଟଣା ଏବଂ ଆନୁଷଙ୍ଗିକ ବିଷୟରେ ସେ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking