33.3 C
Bhubaneswar
Saturday, June 13, 2026
Homeଓଡିଶାନୂତନ ସରକାରଙ୍କ କ୍ୟାବିନେଟ ଆରମ୍ଭ ଠାରୁ ମୋଟ ୩୦୧ ଟି ନିଷ୍ପତ୍ତି ପୂର୍ବକ ମାଇଲ ଖୁଣ୍ଟ...

ନୂତନ ସରକାରଙ୍କ କ୍ୟାବିନେଟ ଆରମ୍ଭ ଠାରୁ ମୋଟ ୩୦୧ ଟି ନିଷ୍ପତ୍ତି ପୂର୍ବକ ମାଇଲ ଖୁଣ୍ଟ ସ୍ଥାପିତ 

ଭୁବନେଶ୍ୱର: ଆଜି ରାଜ୍ୟ ମନ୍ତ୍ରୀମଣ୍ଡଳ (କ୍ୟାବିନେଟ)ର ୪୨ ତମ  ବୈଠକ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ   ହୋଇଯାଇଛି  l  ବୈଠକ ପରେ ମୁଖ୍ୟ ଶାସନ ସଚିବ ଶ୍ରମତୀ ଅନୁ ଗର୍ଗ,  କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ l ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ଅରବିନ୍ଦ କୁମାର ପାଢ଼ୀ ଉପସ୍ଥିତ ଥିଲେ l ବୈଠକରେ ୬ ଟି ବିଭାଗର ୮ ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଛି lହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ୨ଟି, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ୧ଟି, ପଂଚାୟତ ଓ ପାନୀୟ ଜଳ ବିଭାଗ ର ୧ଟି, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ୨ଟି, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ର ୧ଟି, ଵିଧି ( ଆଇନ ) ବିଭାଗ ର ୧ଟି ଏହିପରି  ୬ଟି ବିଭାଗ ର ମୋଟ ୮ଟି ପ୍ରସ୍ତାବ ଆଜି କ୍ୟାବିନେଟ ବୈଠକରେ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଛି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking