ଭୁବନେଶ୍ୱର: ଭତ୍ତା ପାଇଁ ଧାରଣା । ଅନଲାଇନରେ ଭତ୍ତା ପାଇବାରେ ବିଳମ୍ବ ପ୍ରତିବାଦରେ ବ୍ଲକ ଆଗରେ ଗଣଧାରଣା । ବୟସର ଅପରାହ୍ନ ଭତ୍ତା ହିଁ ଭରସା । ଭତ୍ତା ନମିଳିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ହିତାଧିକାରୀ । ତିନିମାସ ଧରି ଭତ୍ତା ନମିଳିବାରୁ ବ୍ଲକ ଅଫିସ ଆଗରେ ଧାରଣା ଦେଲେ ହିତାଧିକାରୀ ଓ ଜନ ପ୍ରତିନିଧି । ଆଜକୁ ତିନିମାସ ଧରି ହିତାଧିକାରୀମାନଙ୍କୁ ଭତ୍ତା ନମିଳିବାରୁ ତିଗିରିଆ ବ୍ଲକ ସମୁଖରେ ଧାରଣା ଦେଲେ । ଦଳମତ ନିର୍ବିଶେଷରେ ବ୍ଲକ ଅଧକ୍ଷାଙ୍କ ସହ ୧୪ଟି ପଂଚାୟତର ସରପଞ୍ଚ,ସମିତିସଭ୍ୟ, ଜିଲ୍ଲା ପରିଷଦଙ୍କ ସହ ଶତାଧିକ ହିତାଧିକାରୀ ନାରାବାଜି ଦେଇଛନ୍ତି । ଭତ୍ତା ନମିଳିବାରୁ ବୟସ୍କ ଲୋକମାନେ ବ୍ୟାଙ୍କ ଦୌଡ଼ିଦୌଡ଼ି ନିରାଶ ହେଵା ପରେ ଏବେ ବାରମ୍ବାର ଅଫିସ ଦୌଡୁଛନ୍ତି । ଯେ ପର୍ଯ୍ୟନ୍ତ ଭତ୍ତା ନମଳିଛି ସେ ପର୍ଯ୍ୟନ୍ତ ଏ ଆନ୍ଦୋଳନ ଚାଲିବ ବୋଲି କହିଛନ୍ତି ଆନ୍ଦୋଳନକାରୀ । ବ୍ଲକ ଆଗରେ ପ୍ରତିବାଦ ସଭାକରି ସରକାରଙ୍କୁ ଚେତାବନୀ ଦେବାସହ ରାଜ୍ୟପାଳଙ୍କ ଉଦ୍ୟଶରେ ଏକ ଦାବିପତ୍ର ଦେଇଛନ୍ତି ।










