ପାରଳାଖେମୁଣ୍ଡି : ମହେନ୍ଦ୍ରଗିରି ମେଳାରୁ ଭକ୍ତଙ୍କୁ ନେଇ ଫେରୁଥିବା ଏକ ଅଟୋ ଆଜି (ମଙ୍ଗଳବାର) ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ବସିଥିବା ୬ଜଣ ଆହତ ହୋଇଛନ୍ତି। ମିଳିଥିବା ସୂଚନାନୁସାରେ, ଆହତଙ୍କ ମଧ୍ୟରୁ ଦୁଇଜଣ ଗୁରୁତର ଅଛନ୍ତି। ପ୍ରାଥମିକ ଚିକିତ୍ସା ପାଇଁ ସମସ୍ତଙ୍କୁ ସ୍ଥାନୀୟ କଇଁପୁର ସିଏଚ୍ସିରେ ଭର୍ତ୍ତି କରାଯାଇଛି। ସମସ୍ତ ଆହତ ରାୟଗଡ଼ ବ୍ଳକ ବୁରୁଜାଙ୍ଗ ଗ୍ରାମର ବୋଲି ଜଣାଯାଇଛି।










