ଭୁବନେଶ୍ୱର: ଆଉ ୭ ଦିନ ମଧ୍ୟରେ ଭତ୍ତା ସମସ୍ୟାର ସମାଧାନ । ଏଭଳି ବଡ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏଣିକି ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ଭତ୍ତା ଟଙ୍କା । ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି , ଭତ୍ତାକୁ ନେଇ କେନ୍ଦ୍ର ସରକାରଙ୍କର କିଛି ଟେକ୍ନିକାଲ ସମସ୍ୟା ଥିଲା । ଏଣିକି କେନ୍ଦ୍ର ସରକାରହ୍କ ନିର୍ଦ୍ଦେଶରେ ଏସଏନଏସ ସ୍ପର୍ଶ ମାଧ୍ୟମରେ ଆକାଉଣ୍ଟ ଭେଟିଙ୍ଗ ଚାଲିଛି । ଯାହା ମାଧ୍ୟମରେ ଆଇଏଫଏମଏମ ସେବା ମାଧ୍ୟମରେ ରିଏଲ ଟାଇମ ପେମେଣ୍ଟ ହେବ । ସେଥିପାଇଁ ଭତ୍ତା ପ୍ରଦାନରେ ଅସୁବିଧା ରହୁଛି । ଆଉ ସାତ ଦିନ ମଧ୍ୟରେ ଆକାଉଣ୍ଟ ଭେଟିଙ୍ଗ ହୋଇଗଲା ପରେ ଭତ୍ତା ସମସ୍ୟା ପରେ ଆଉ ରହିବ ନାହିଁ । ଏକାସଙ୍ଗେ ହିତାଧିକାରୀଙ୍କୁ ଭତ୍ତା ମିଳିଯିବ ବୋଲି ହିତାଧିକାରୀଙ୍କୁ ଆଶ୍ୱସ୍ତି କଲେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ।










