ଢ଼େଙ୍କାନାଳ: ଢ଼େଙ୍କାନାଳ ଟାଉନ ପୋଲିସ ବିପୁଳ ପରିମାଣ ର ଅବୈଧ korex ସିରପ ଜବତ କରିଛି । ସମ୍ବଲପୁର ରୁ କଟକ କୁ କାର ରେ ଚୋରା ଚାଲାଣ ବେଳେ ସିନର୍ଜୀ କଲେଜ ଛକ ଠାରେ ଧରିଛି ପୋଲିସ୍ । ଜନକୁ ଅଟକ ରଖି ପଚରା ଉଚରା ଜାରୀ । କାର ଡିକି ଓ ପଛ ସିଟ ତଳେ ପେଟି ପେଟି korex ସିରପ ରହିଥିଲା ।ଗାଡି ଓ ଗାଡି ଚାଳକ କୁ ଟାଉନ ଥାନା କୁ ନେଇ ତଦନ୍ତ କରାଯାଉଛି ବୋଲି ଟାଉନ ଥାନା ଅଧିକାରି ସୂଚନା ଦେଇଛନ୍ତି । କେତେ ପରିମାଣ ର ସିରପ ବୋତଲ ରହିଛି ତାହା ର ସଠିକ ହିସାବ କରାଯାଉଛି ବୋଲି IIC କହିଚନ୍ତି । ସନର୍ଜି କଲେଜ ଛକ ଅଞ୍ଚଳ ରେ ବ୍ୟାପକ ଡ୍ରଗ୍ସ କାରବାର ହେଉଥିବାର ଅଭିଯୋଗ ହୋଆସୁଥିଲା ।ତେବେ ଏହି କାରବାର କରୁଥିବା ବ୍ୟକ୍ତିବିଶେଷଙ୍କ ପାଖରେ ପୁଲିସ ପହଞ୍ଚି କାର୍ଯ୍ୟନୁଷ୍ଠାନପାଇଁ ସ୍ଥାନିୟ ବାସିନ୍ଦା ଦାବି କରୁଛନ୍ତି ।










