ଭୁବନେଶ୍ୱର: ମହାପ୍ରଭୁଙ୍କ ଦର୍ଶନ ପରେ ପ୍ରତିକ୍ରିୟା ରଖିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ପଶ୍ଚିମବଙ୍ଗ ଓ ଅନ୍ୟ ପ୍ରାନ୍ତର ନିର୍ବାଚନ ପରେ ଦର୍ଶନ ସୁଯୋଗ ମିଳିଲା । ମହାପ୍ରଭୁଙ୍କ ପାଖରେ ଓଡିଶା ବାସୀ ଓ ଦେଶବାସୀଙ୍କ ପାଇଁ ଆଶୀର୍ବାଦ ଲୋଡିଲି ବୋଲି କହିଛନ୍ତି । ସବୁ ବର୍ଗର ଲୋକଙ୍କ ପାଇଁ ଶାନ୍ତି ଓ ସମୃଦ୍ଧି କାମନା କଲି । ପିଲାଦିନ ପରେ ମୋତେ ପୁଣି ଥରେ ଦର୍ସନ କରିବାର ସୁଯୋଗ ମିଳିଲା । ଦୁଇ ଦିନିଆ ଗସ୍ତରେ ଓଡ଼ିଶା ଆସିଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ବନିବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ । ଗତକାଲି ରାତିରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ଵାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ମନ୍ତ୍ରୀ ଓ ବିଜେପି କର୍ମକର୍ତ୍ତା ।










