30.1 C
Bhubaneswar
Wednesday, May 20, 2026
Homeଦେଶ ବିଦେଶବ୍ରିକ୍ସ ସମ୍ମିଳନୀ ପାଇଁ ନୂଆଦିଲ୍ଲୀ ଆସିବେ ପୁଟିନ ଓ ଜିନ୍‌ପିଙ୍ଗ

ବ୍ରିକ୍ସ ସମ୍ମିଳନୀ ପାଇଁ ନୂଆଦିଲ୍ଲୀ ଆସିବେ ପୁଟିନ ଓ ଜିନ୍‌ପିଙ୍ଗ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ‌ଯୋଗୁ ସାରା ବିଶ୍ବ ପ୍ରଭାବିତ ହୋଇଥିବାବେଳେ ଭାରତରେ ବିଶ୍ବର ନେତାଙ୍କ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଆସନ୍ତା ସେପ୍ଟେମ୍ବର ୧୨ ଓ ୧୩ ତାରିଖରେ ଦିଲ୍ଲୀର ଭାରତ ମଣ୍ଡପମଠାରେ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଥିବାବେଳେ ବିଶ୍ବର ଅନେକ ପ୍ରମୁଖ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ପ୍ରମୁଖ ନେତାଙ୍କ ମଧ୍ୟରେ ଅଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌। ଦକ୍ଷିଣ ଆଫ୍ରିକାରେ ଥିବା ରୁଷ ଦୂତାବାସ ପକ୍ଷରୁ ଦୁଇ ଦିନିଆ ବ୍ରିକ୍ସ ସମ୍ମିଳନୀରେ ପୁଟିନଙ୍କ ଅଂଶଗ୍ରହଣକୁ ସୁନିଶ୍ଚିତ କରାଯାଇଛି। ରୁଷର ସମାଚାର ଏଜେନ୍ସି ଟାସର ଏକ ରିପୋର୍ଟ ଅନୁଯାୟୀ, ରୁଷ ଅଧିକାରୀମାନେ ମଧ୍ୟ ଏହା ନିଶ୍ଚିତ କରିଛନ୍ତି। ଡିସେମ୍ବର ୨୦୨୫ରେ ଭାରତ-ରୁଷ୍‌ ବାର୍ଷିକ ସମ୍ମିଳନୀ ପାଇଁ ପୁଟିନ ଭାରତ ଗସ୍ତ କରିଥିଲେ ଓ ଏକ ବର୍ଷ ମଧ୍ୟରେ ପୁଟିନଙ୍କର ଏହା ଦ୍ୱିତୀୟ ଭାରତ ଗସ୍ତ ହେବାକୁ ଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking