36.1 C
Bhubaneswar
Tuesday, May 19, 2026
Homeଓଡିଶାଶ୍ବଶୁର ଘରେ ଜ୍ବାଇଁଙ୍କ ହାତଗୋଡ଼ ବାନ୍ଧି ନିସ୍ତୁକ ମାଡ଼

ଶ୍ବଶୁର ଘରେ ଜ୍ବାଇଁଙ୍କ ହାତଗୋଡ଼ ବାନ୍ଧି ନିସ୍ତୁକ ମାଡ଼

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବନ୍ଧସାହି ଗାଁରେ ଘଟିଛି ଅଭାବନୀୟ ଘଟଣା । ଶ୍ୱଶୁର ଘର ପକ୍ଷରୁ ଜ୍ୱାଇଁଙ୍କୁ ହାତଗୋଡ ବାନ୍ଧି ଗାଁ ଦାଣ୍ଡରେ ନିସ୍ତୁକ ଭାବେ ମାଡ ମରାଯାଇଥିଲା ଅଭିଯୋଗ ଆସିଛି । ଏହି ଘଟଣା ପରେ ସମ୍ପୁର୍ଣ୍ଣ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଅଭିଯୋଗ ଅନୁସାରେ , ପୀଡିତ ଜ୍ୱାଇଁ ସୁଦର୍ଶନଙ୍କୁ ଗାଁ ଦାଣ୍ଡରେ ବାନ୍ଧି ରଖି ଅତ୍ୟନ୍ତ ନିର୍ମମ ଭାବେ ଆକ୍ରମଣ କରାଯାଇଥିଲା । ଆକ୍ରମଣରେ ସୁଦର୍ଶନ ଗୁରୁତର ଆହତ ହୋଇପଡିଥିଲେ । ପରିସ୍ଥିତି ଗୁରୁତର ହେବାରୁ ତାଙ୍କୁ ତୁରନ୍ତ କଟକ ଜିଲ୍ଲାକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାକୁ ନେଇ ସୁଦର୍ଶନଙ୍କ ଭଉଣୀ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି । ଅଭିଯୋଗ ପରେ ପୋଲିସ ଘଟଣାରେ ଘଟଣା ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking