31.1 C
Bhubaneswar
Sunday, May 17, 2026
Homeଓଡିଶାରାତି ସାରା ଅନିଦ୍ରା ମହାପ୍ରଭୁ , ହେଲା ନାହିଁ ରାତ୍ର ପହୁଡ଼ ନୀତି

ରାତି ସାରା ଅନିଦ୍ରା ମହାପ୍ରଭୁ , ହେଲା ନାହିଁ ରାତ୍ର ପହୁଡ଼ ନୀତି

ପୁରୀ :  ରାତି ସାରା ଅନିଦ୍ରା ମହାପ୍ରଭୁ । ହେଲା ନାହିଁ ରାତ୍ର ପହୁଡ଼ ନୀତି । ଗତକାଲି ସାବିତ୍ରୀ ଅମାବାସ୍ୟା ଓ ସାଗର ବିଜେ ନୀତି ସହ ରହିଥିଲା ଭିତର ଚନ୍ଦନ ଯାତ୍ରାର ଜଳକ୍ରୀଡ଼ା । ରାତି ୮ଟା ୫ ସୁଦ୍ଧା ଜଳକ୍ରୀଡ଼ା ସାରି ବିଜେ କରିଥିଲେ ମଦନ ମୋହନ, ଶ୍ରୀଦେବୀ, ଭୂଦେବୀ । ପରେ ମଧ୍ୟାହ୍ନ ଧୂପ ହୋଇଥିଲା । ରାତି ପ୍ରାୟ ୧୨ଟା ୩୦ ବେଳକୁ ହୋଇଥିଲା ସନ୍ଧ୍ୟା ଧୂପ ନୀତି । ତେବେ ପରେ ପଣା ଭୋଗ, ଚନ୍ଦନ ଲାଗି ହୋଇ ବଡ଼ ସିଂହାର ବେଳକୁ ଭୋର୍ ୪ଟା ୨୪ ହୋଇଥିଲା । ଏହାପରେ ମହାପ୍ରଭୁଙ୍କ ପହୁଡ଼ ନୀତି କରାଯାଇ ନାହିଁ । ଆଗକୁ ନୀତି ତ୍ୱରାନ୍ୱିତ କରାଯିବା ସହ ମଙ୍ଗଳ ଆଳତୀ ନୀତି ବଢ଼ିଛି । ତେବେ ବାହାର ଚନ୍ଦନ ଯାତ୍ରା ନୀତିରେ କେତେ ସେବକ ଚାପ ଉପରେ ରହିବେ ତାକୁ ନେଇ ବିଶୃଙ୍ଖଳା ଦେଖା ଦେଇଥିଲା । ଏବେ ଭିତର ଚନ୍ଦନ ଯାତ୍ରା ନୀତିରେ ଅବେହଳା ମଧ୍ୟ ଦେଖାଯାଉଛି। ବିଗତ ୪ ଦିନ ହେବ ରାତି ପ୍ରାୟ ୨ଟା ୩୦ରୁ ୩ଟା ୩୦ ବେଳକୁ ପହୁଡ଼ ହେଉଥିବାବେଳେ ଗତକାଲି ରାତିରେ ରାତ୍ର ପହୁଡ଼ ହୋଇନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking