34.1 C
Bhubaneswar
Friday, May 15, 2026
Homeଦେଶ ବିଦେଶ୬ ଦିନିଆ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ

୬ ଦିନିଆ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ୬ ଦିନିଆ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ । ୫ ଦେଶ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ପ୍ରଥମେ ୟୁଏଇ ଗସ୍ତରେ ଯାଇଛନ୍ତି ମୋଦୀ । ପରେ ୪ ୟୁରୋପିଓ ଦେଶ ନେଦରଲ୍ୟାଣ୍ଡ୍ସ, ସ୍ୱିଡେନ୍, ନରୱେ ଏବଂ ଇଟାଲୀ ଗସ୍ତ କରିବେ । ବିଶ୍ୱବ୍ୟାପୀ ଭୂ-ରାଜନୈତିକ ଏବଂ ଶକ୍ତି ଚ୍ୟାଲେଞ୍ଜ ମଧ୍ୟରେ ୟୁରୋପ ଏବଂ ଗଲ୍ଫ ସହ ଭାରତର ରଣନୀତିକ, ଆର୍ଥିକ ଏବଂ ପ୍ରଯୁକ୍ତିବିଦ୍ୟା ଭାଗିଦାରୀକୁ ଆହୁରି ମଜବୁତ କରିବ । ଗ୍ୟାସ ଏବଂ ଇନ୍ଧନ ସଙ୍କଟ ଭିତରେ ପ୍ରଧାନମନ୍ତ୍ରୀ ୟୁଏଇରେ ଗୁରୁତ୍ବପୂର୍ଣ୍ଣ ବୈଠକ କରିବେ । ଦୀର୍ଘକାଳୀନ ଶକ୍ତି ଯୋଗାଣ ନେଇ ଚୁକ୍ତି କରିବେ ଏବଂ ଭାରତରେ ରଣନୀତିକ ତୈଳ ଭଣ୍ଡାର ବିସ୍ତାର ପାଇଁ ୟୁଏଇର ସମର୍ଥନ ନେଇ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ ବୋଲି ସୂଚନା ମଳିଛି ।ଆଜି ଠାରୁ ୨୦ ତାରିଖ ପର୍ଯ୍ୟନ୍ତ  ମୋଦୀ ପାଞ୍ଚ ଦେଶ ଗସ୍ତ କରିବେ । ଇରାନ ଯୁଦ୍ଧ ଯୋଗୁଁ ବିଶ୍ୱର ତୃତୀୟ ବୃହତ୍ତମ ଶକ୍ତି ଆମଦାନୀକାରୀ ଭାରତ ଏବେ ସଙ୍କଟରେ ପଡ଼ିଛି । ତେଲ ଏବଂ ଇନ୍ଧନ ଯୋଗାଣ ସୁରକ୍ଷିତ କରିବାକୁ ମୋଦୀ ଚେଷ୍ଟା କରିବେ ବୋଲି ସୂଚନା ମଳିଛି । ଦୁଇ ଦେଶ ଛଅ ବର୍ଷ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟକୁ ୨୦୦ ବିଲିୟନ ଡଲାରକୁ ଦୁଇଗୁଣ କରିବା ଏବଂ ପ୍ରତିରକ୍ଷା ଭାଗିଦାରୀ ଗଢ଼ିବାର ଯୋଜନା କରିଛନ୍ତି । ୨୦୧୫ ପରେ ମୋଦୀଙ୍କ ଏହା ଅଷ୍ଟମ ୟୁଏଇ ଗସ୍ତ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking