28.1 C
Bhubaneswar
Thursday, May 14, 2026
Homeଦେଶ ବିଦେଶଓଡ଼ିଶା ସମେତ ୧୬ ରାଜ୍ୟ ଓ ୩ କେନ୍ଦ୍ର ଶାସିତ ଅଂଚଳରେ ଅନୁଷ୍ଠିତ ହେବ ୩ୟ...

ଓଡ଼ିଶା ସମେତ ୧୬ ରାଜ୍ୟ ଓ ୩ କେନ୍ଦ୍ର ଶାସିତ ଅଂଚଳରେ ଅନୁଷ୍ଠିତ ହେବ ୩ୟ ପର୍ଯ୍ୟାୟ ଏସଆଇଆର୍

ଭାରତର ନିର୍ବାଚନ ଆୟୋଗ ୧୬ଟି ରାଜ୍ୟ ଏବଂ ୩ଟି କେନ୍ଦ୍ରଶାସିତ ଅଞ୍ଚଳର ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜନଗଣନା ପାଇଁ ଚାଲିଥିବା ଗୃହ-ତାଲିକାକରଣ କାର୍ଯ୍ୟରେ ନିୟୋଜିତ ସାଧାରଣ କର୍ମଚାରୀଙ୍କୁ ବିଚାରକୁ ନେଇ ଏସଆଇଆରର ତୃତୀୟ ପର୍ଯ୍ୟାୟ ସ୍ଥିର କରାଯାଇଛି। ଏହା ସହିତ, ହିମାଚଳ ପ୍ରଦେଶ, ଜମ୍ମୁ ଏବଂ କାଶ୍ମୀର ଏବଂ ଲଦାଖ ବ୍ୟତୀତ ତୃତୀୟ ପର୍ଯ୍ୟାୟରେ ସମଗ୍ର ଦେଶରେ ଭୋଟର ତାଲିକାର ଏସଆଇଆର ସଂପୂର୍ଣ୍ଣ ହେବ। ଏହି ତିନୋଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ପାଇଁ, ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟ ସମାପ୍ତି ଏବଂ ପାର୍ବତ୍ୟ ଓ ତୁଷାରାବୃତ୍ତ ଅଞ୍ଚଳଗୁଡ଼ିକରେ ପାଣିପାଗ ପରିସ୍ଥିତିକୁ ବିଚାରକୁ ନେଇ ସ୍ୱତନ୍ତ୍ର ସଘନ ସଂଶୋଧନ ପରିଚାଳନାର କାର୍ଯ୍ୟସୂଚୀ ପରବର୍ତ୍ତୀ ସମୟରେ ଘୋଷଣା କରାଯିବ।

ଏସଆଇଆର ତୃତୀୟ ପର୍ଯ୍ୟାୟରେ, ୩.୯୪ ଲକ୍ଷରୁ ଅଧିକ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲ୍ଓ) ୩୬.୭୩ କୋଟି ଭୋଟରଙ୍କ ସହିତ ଆଲୋଚନା କରିବା ପାଇଁ ଘରକୁ ଘର ପରିଦର୍ଶନ କରିବେ। ସେମାନଙ୍କୁ ସହାୟତା କରିବା ପାଇଁ, ଗଣନା ପ୍ରକ୍ରିୟା ସମୟରେ ରାଜନୈତିକ ଦଳଗୁଡ଼ିକ ଦ୍ୱାରା ନିଯୁକ୍ତ ୩.୪୨ ଲକ୍ଷ ବୁଥ୍ ସ୍ତରୀୟ ଏଜେଣ୍ଟ (ବିଏଲଏ) ମଧ୍ୟ ଉପସ୍ଥିତ ରହିବେ। ଓଡ଼ିଶାରେ ୧୨ ମେ’ ୨୦୨୬ ସୁଦ୍ଧା ମୋଟ ୩ କୋଟି ୩୪ ଲକ୍ଷ ୩୩ ହଜାର ୬୫୯ ଭୋଟର ଅଛନ୍ତି। ରାଜ୍ୟରେ ପ୍ରାୟ ୩୮୧୨୩ ଜଣ ବିଏଲଓ ଓ ୮୩୯୧ ଜଣ ବିଏଲଏ ଏସଆଇଆର୍ କାର୍ଯ୍ୟ ପରିଚାଳନା କରିବେ।
ଓଡ଼ିଶା ପାଇଁ ଏସଆଇଆର୍ର ଯୋଗ୍ୟତା ତାରିଖ ୧ ଜୁଲାଇ ୨୦୨୬ ଥିବାବେଳେ ମେ’୨୦ରେ ପ୍ରସ୍ତୁତି, ତାଲିମ ଓ ମୁଦ୍ରଣ କାର୍ଯ୍ୟ ଅନୁଷ୍ଠିତ ହେବ। ଏହା ପରେ ୩୦ ମେ’ରୁ ୨୮ ଜୁନ ପର୍ଯ୍ୟନ୍ତ ବିଏଲଓମାନେ ଘରକୁ ଘର ବୁଲି ଭୋଟରଙ୍କ ସହ ଆଲୋଚନା କରିବେ। ଜୁନ ୨୮ ସୁଦ୍ଧା ଭୋଟଗ୍ରହଣ କେନ୍ଦ୍ରଗୁଡ଼ିକର ସୁସଙ୍ଗଠିତ ପୁନର୍ଗଠନ କରାଯିବ। ଏହା ପରେ ଚିଠା ଭୋଟର ତାଲିକା ଜୁଲାଇ ୫ରେ ପ୍ରକାଶ ପାଇବ ଓ ଏହା ଉପରେ କୌଣସି ପ୍ରକାରର ଦାବି ଓ ଆପତ୍ତି ୫ ଜୁଲାଇରୁ ୪ ଅଗଷ୍ଟ ମଧ୍ୟରେ ଦାଖଲ କରିହେବ। ଏସବୁ ଦାବି ଓ ଆପତ୍ତିର ସମାଧାନ ନୋଟିସ ୫ ଜୁଲାଇରୁ ୨ ସେପ୍ଟେମ୍ବର ମଧ୍ୟରେ ପ୍ରକାଶ ହେବ। ଚୂଡାନ୍ତ ଭୋଟର ତାଲିକା ୬ ସେପ୍ଟେମ୍ବରରେ ପ୍ରକାଶ ପାଇବ।

ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ହେଉଛି ଏକ ସମାବେଶୀ ପ୍ରକ୍ରିୟା ଯେଉଁଥିରେ ଭୋଟର, ରାଜନୈତିକ ଦଳ ଏବଂ ନିର୍ବାଚନ ଅଧିକାରୀ ସମେତ ସମସ୍ତ ଅଂଶୀଦାର ସାମିଲ ରହନ୍ତି। ନିର୍ବାଚନ ଆୟୋଗ ସମସ୍ତ ରାଜନୈତିକ ଦଳକୁ ପ୍ରତ୍ୟେକ ମତଦାନ କେନ୍ଦ୍ର ପାଇଁ ବୁଥ୍ ସ୍ତରୀୟ ଏଜେଣ୍ଟ ନିଯୁକ୍ତ କରିବାକୁ ଅନୁରୋଧ କରିଛନ୍ତି ଯାହା ଦ୍ଵାରା ସେମାନଙ୍କର ପୂର୍ଣ୍ଣ ଅଂଶଗ୍ରହଣ ସୁନିଶ୍ଚିତ ହେବ ଓ ଏହା ନିଶ୍ଚିତ କରିବ ଯେ ଏସଆଇଆର୍ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଏବଂ ରାଜନୈତିକ ଦଳଗୁଡ଼ିକର ସକ୍ରିୟ ଅଂଶଗ୍ରହଣ ସହିତ ପରିଚାଳିତ ହେଉଛି। ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନର ପ୍ରଥମ ଦୁଇଟି ପର୍ଯ୍ୟାୟରେ ୧୩ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ୬.୩ ଲକ୍ଷରୁ ଅଧିକ ବିଏଲଓ ଏବଂ ୯.୨ ଲକ୍ଷ ବିଏଲଏ ଏସଆଇଆର୍ ପ୍ରକ୍ରିୟାର ବିଭିନ୍ନ ପର୍ଯ୍ୟାୟରେ ଅଂଶଗ୍ରହଣ କରିଥିଲେ। ଏହି ପ୍ରକ୍ରିୟା ଏସଆଇଆର୍ ଆଦେଶ ଜାରି ତାରିଖ ସୁଦ୍ଧା ପ୍ରାୟ ୫୯ କୋଟି ଭୋଟରଙ୍କୁ ଅନ୍ତର୍ଭୁକ୍ତ କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking