34.1 C
Bhubaneswar
Friday, May 15, 2026
Homeଓଡିଶାହାତୀ ଆକ୍ରମଣରେ ଘର ଭାଙ୍ଗି ଜଣଙ୍କ ମୃତ୍ୟୁ

ହାତୀ ଆକ୍ରମଣରେ ଘର ଭାଙ୍ଗି ଜଣଙ୍କ ମୃତ୍ୟୁ

ଅନୁଗୁଳ: ହାତୀ ଆକ୍ରମଣରେ ଗଲା ଜୀବନ। ଅନୁଗୁଳରେ ବଢିଗଲାଣି ହାତୀ ଉପଦ୍ରବ। ବନ୍ତଳା ରେଞ୍ଜ ଗଡତଳମୂଳ ଗାଁରେ ମଧ୍ୟରାତ୍ରରେ ଗାଁରେ ପଶି ଘର ଭାଙ୍ଗିଛି ହାତୀ । ଆଉ କାନ୍ଥ ପଡି ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି । ସୂଚନା ଅନୁଯାୟୀ, ଗତକାଲି ଏକ ବଣୁଆ ହାତୀ ଗଡତଳମୂଳକ ଗ୍ରାମରେ ପଶି ଆର୍ତ୍ତ ଭୋଇଙ୍କ ଘର ଉପରେ ଆକ୍ରମଣ କରିଥିଲା। ହାତୀଟି ଘରର କାନ୍ଥକୁ ଭାଙ୍ଗି ଦେଇଥିବା ବେଳେ ଘର ଭିତରେ ଶୋଇଥିବା ଆର୍ତ୍ତଙ୍କ ଉପରେ କାନ୍ଥଟି ମାଡ ବସିଥିଲା । ଫଳରେ ସେ ଗୁରୁତର ଭାବେ ଆହତ ହୋଇଥିଲେ ।ପରିବାର ଲୋକେ ଓ ସ୍ଥାନୀୟ ବାସିନ୍ଦା ତାଙ୍କୁ ଉଦ୍ଧାର କରି ତୁରନ୍ତ ଅନଗୁଳ ମୁଖ୍ୟ ଚିକିତ୍ସାଳୟକୁ ନେଉଥିବା ସମୟରେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ଗ୍ରାମରେ ଭୟ ଓ ଶୋକର ପରିବେଶ ଖେଳିଯାଇଛି। ବାରମ୍ବାର ଏହି ଅଞ୍ଚଳରେ ହାତୀଙ୍କ ଉପଦ୍ରବ ବଢୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବନ ବିଭାଗ ତୁରନ୍ତ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବା ସହ ହାତୀ ଘଉଡାଇବା ପାଇଁ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking