34.1 C
Bhubaneswar
Friday, May 8, 2026
Homeଓଡିଶାବାଲିଅନ୍ତା ସୌମ୍ୟରଞ୍ଜନ ହତ୍ୟା ଘଟଣା: ଲୋକସେବା ଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ

ବାଲିଅନ୍ତା ସୌମ୍ୟରଞ୍ଜନ ହତ୍ୟା ଘଟଣା: ଲୋକସେବା ଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ବାଲିଅନ୍ତା ହତ୍ୟା ଘଟଣାରେ ଚାଲିଛି ତନାଘନା । ମୁଖ୍ୟ ଶାସନ ସଚିବଙ୍କ ସହିତ ଘଟଣା ସଂପର୍କରେ ଆଲୋଚନା କରିଛନ୍ତି ପୁଲିସ ମହାନିର୍ଦ୍ଦେଶକ ୱାଇ.ବି. ଖୁରାନିଆ। ପୁଲିସ କମିସନର ଓ ଭୁବନେଶ୍ୱର ଡିସିପିଙ୍କ ଉପସ୍ଥିତିରେ ଲୋକସେବା ଭବନରେ ବସିଥିଲା ବୈଠକ। ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ଡରେ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅନ୍ୟମାନଙ୍କୁ ଚିହ୍ନଟ କରାଯାଇଛି । ସିଏସ୍‌ ବୈଠକ ପରେ ପ୍ରତିକିୟା ରଖିଲେ ପୁଲିସ କମିଶନର ଦେବଦତ୍ତ ସିଂହ ।ଅନ୍ୟପଟେ ବାଲିଅନ୍ତା ଘଟଣାରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓଙ୍କ ପ୍ରତିକ୍ରିୟା । ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ନେଉଛି । ଦୋଷୀଙ୍କୁ ଛଡ଼ାଯିବ ନାହିଁ । ମୁଖ୍ୟମନ୍ତ୍ରୀ ମୁଖ୍ୟ ଶାସନ ସଚିବ ଓ ପୁଲିସ୍ ଡିଜିଙ୍କୁ ତଦନ୍ତ କରି ଆକ୍ସନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ପୁଲିସକୁ ଉପରୁ ଡର କମିଯିବା କହିବା ଠିକ୍ ନୁହେଁ। ଅସାମାଜିକ ବ୍ୟକ୍ତିଙ୍କୁ କଠୋର ଭାବରେ ଦମନ କରାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking