କୋଲକାତା: ବଙ୍ଗ ବିଜୟ ଅବିସ୍ମରଣୀୟ ଯାତ୍ରା କହିଲେ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୩ ଆସନରୁ ୨୦୨୬ରେ ୨୦୦ ପାର ଏକ ଅବିସ୍ମରଣୀୟ ଯାତ୍ରା । ଓଡିଶା- ପଶ୍ଚିମବଙ୍ଗ ମଧ୍ୟରେ ସଂପର୍କ ଆହୁରି ସୁଦୃଢ ହେବ । ଓଡିଶାବାସୀଙ୍କ ପାଇଁ କୋଲକାତା ଦ୍ୱିତୀୟ ଘର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆହୁରି କହିଛନ୍ତି, ଦୀର୍ଘ ଦିନର ସଂଘର୍ଷ ପରେ ବେଙ୍ଗଲରେ ନୂଆ ସକାଳ, ନୂଆ ଇତିହାସ ସୃଷ୍ଟି ହୋଇଛି । ଆସନ୍ତାକାଲି ବେଙ୍ଗଲ ନୂଆ ସକାଳ ଦେଖିବ, ରାଜ୍ୟରେ ବିକାଶ ହେବ । ପ୍ରଦାନମନ୍ତ୍ରୀଙ୍କ ଅଙ୍ଗ, ବଙ୍ଗ, କଳିଙ୍ଗ ମିଶନ ପୂରା ହେଲା ।










