ଭୁବନେଶ୍ୱର: ଆସାମ ବିଜେପି ନିର୍ବାଚନ ପ୍ରଭାରୀ ବୈଜୟନ୍ତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ବୈଜୟନ୍ତ ବିଶାଳ ରାଲିରେ ବିଜେପି ପାର୍ଟି ଅଫିସରେ ପହଞ୍ଚିଛନ୍ତି । ଆସାମ, ପଶ୍ଚିମବଙ୍ଗ, ବିଜୟ ନୂଆ ଭାରତ ପାଇଁ ନୂଆ ମୋଡ କହିଲେ ବୈଜୟନ୍ତ । ୨୦୪୭ ବିକଶିତ ଭାରତ ଆଡକୁ ଏହା ଏକ ବଡ ପଦକ୍ଷେପ ବୋଲି ବୈଜୟନ୍ତ କହିଛନ୍ତି । ଦେଶ ସାରା ପୁଣି ଥରେ ମୋଦିଙ୍କ ଲୋକପ୍ରିୟତା ପ୍ରମାଣିତ ହେଲା । ୧୪ କୋଟି ବିଜେପି କର୍ମକର୍ତ୍ତାଙ୍କ ପରିଶ୍ରମ ପାଇଁ ସଫଳତା ମିଳିଛି । ଆଣ୍ଟି ଇନକମ୍ବାନ୍ସି ନୁହେଁ, ପ୍ରୋ ଇନକମ୍ବାନ୍ସି ସହ ବିଜୟୀ ହୋଇଛୁ ।









