ଭୁବନେଶ୍ୱର: ବାଲିଅନ୍ତାରେ ପିଟିପିଟି ସୌମ୍ୟରଞ୍ଜନଙ୍କୁ ହତ୍ୟା ଘଟଣାରେ ପ୍ରତିବାଦ କରି ରାସ୍ତା ଅବରୋଧ କଲେ ତାଙ୍କ ଗ୍ରାମବାସୀ ଏବଂ ସଂପର୍କୀୟ । ଫୁଲନଖରା- ନିଆଳି ରାସ୍ତା ମୌଦପୁରରେ ରାସ୍ତା ଅବରୋଧ କରାଯାଇଛି । ହତ୍ୟାରେ ସଂପୃକ୍ତ ସମସ୍ତଙ୍କୁ ଗିରଫ ଦାବିରେ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ। ସୌମ୍ୟଙ୍କ ପରିବାରକୁ ନ୍ୟାୟ ମିଳୁ , ସୌମ୍ୟ କନଷ୍ଟେବଳ ଥିଲେ ସେ ସସପେଣ୍ଡ ହେବା ପରେ ଟଙ୍କା ମିଳିନଥିଲା , ସେ ବକେୟା ଟଙ୍କା କିଭଳି ଫେରିପାଇବେ ସେ ସବୁ ଦାବିରେ ରାସ୍ତା ଅବରୋଧ କରିଛନ୍ତି ସୌମ୍ୟଙ୍କ ଗ୍ରାମବାସୀ ।
ସୂଚନାଥାଉକି, ଗତକାଲି ସୌମ୍ୟରଞ୍ଜନ ଏବଂ ତାଙ୍କ ସାଙ୍ଗ ଏକ ବାଇକରେ କୌଣସି କାମ ପାଇଁ ବାହାରକୁ ଗଲା ବେଳେ ଦୁଇ ଜଣ ଯୁବତୀଙ୍କ ସ୍କୁଟିକୁ ଧକ୍କା ଦେଇଥିଲେ । ସେମାନଙ୍କ ସହ ଅସଦାଚରଣ କରିଥିଲେ । ଯୁବତୀ ଜଣଙ୍କ ପାଟି କରିବାରୁ ଗ୍ରାମବାସୀ ମାନେ ଦୌଡି ଆସି ଯୁବତୀଙ୍କୁ ରକ୍ଷା କରିଥିଲେ । ଆଉ ସୌମ୍ୟଙ୍କୁ ନିର୍ଧୁମ ମାଡ ମାରିଥିଲେ । ପୋଲିସଙ୍କ ଉପସ୍ଥିତିରେ ଲୋକମାନେ ସୌମ୍ୟଙ୍କୁ ଦରମଲା କରିି ହତ୍ୟା କରିଥିଲେ। ପରେ ସୌମ୍ୟ ଙ୍କୁ ଏକ ଟ୍ରାକଟରେ ମେଡିକାଲ କୁ ନେଇଥିଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।ଉକ୍ତ ଘଟଣାରେ ସିସିଟିଭି ଫୁଟେଜ ଯାଞ୍ଚ କରି ପୋଲିସ ୫ ଜଣଙ୍କୁ ଗିରଫ କରିଥିଲ। ଅନ୍ୟ ଅପରାଧୀଙ୍କୁ ଭିଡିଓରୁ ଦେଖି ଚିହ୍ନଟ କରିବା ପରେ ଗିରଫ କରାଯିବ ବୋଲି ପୋଲିସ କମିସନର ଏସ ଦେବଦତ୍ତ ସିଂ କହିଛନ୍ତିା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଏହି ଘଟଣାରେ ଦୁଃଖ କରିବା ସହ ନିରପେକ୍ଷ ତଦନ୍ତ ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ଡିସିପି, କମିଶନରେଟ ପୋଲିସ, ଡିଜିପି, ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଆଜି ଘଟଣାସ୍ଥଳକୁ ଆସି ପରିଦର୍ଶନ କରିଥିଲେ । ପରେ ପୀଡିତାଙ୍କ ପାଖକୁ ଯାଇ ତାଙ୍କ ବୟାନ ରେକର୍ଡ କରିଥିଲେ । ରାଜ୍ୟମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି କହିଛନ୍ତି, ଏହି ଘଟଣାର ନିରପେକ୍ଷ ତଦନ୍ତ ହେବ । ଆଇନକୁ ହାତକୁ ନେବା ଅପରାଧ, ଯେଉଁମାନେ ବି ଆଇନକୁ ହାତକୁ ନେଇଛନ୍ତି ତାଙ୍କୁ ଉଚିତ ଦଣ୍ଡ ଦିଆଯିବ । ଭିଡିଓ ଦେଖି ଅପରାଧୀଙ୍କୁ ଚିହ୍ନଟ କରାଯାଇଛି । ସମସ୍ତକୁ ଗିରଫ କରାଯିବ ବୋଲି ପୋଲିସ ଡିଜି ୱାଇ ବି ଖୁରାନିଆ କହିଛନ୍ତି ।










