30.6 C
Bhubaneswar
Sunday, May 24, 2026
Homeଓଡିଶାବେକାର ପିଲାମାନଙ୍କ ଠାରୁ ଚାନ୍ଦା ଆଦାୟ କରିବା ପାଇଁ ମନବଳାଇଛନ୍ତି ଭକ୍ତ

ବେକାର ପିଲାମାନଙ୍କ ଠାରୁ ଚାନ୍ଦା ଆଦାୟ କରିବା ପାଇଁ ମନବଳାଇଛନ୍ତି ଭକ୍ତ

ଭୁବନେଶ୍ୱର: ଓଡ଼ିଶା ପିସିସି ସଭାପତି ଭକ୍ତ ଚରଣ ଦାସ ଆଜି ଗଣମାଧ୍ୟମକୁ ଏକ ବିବୃତି ଦେଇ ଅତି ସାଂଘାତିକ ପଦକ୍ଷେପ ଆରମ୍ଭ କରିବାକୁ ଉଦ୍ୟମ କରିଛନ୍ତି। ବେକାର ପିଲାମାନଙ୍କ ଠାରୁ ଚାନ୍ଦା ଆଦାୟ କରିବା ପାଇଁ ମନବଳାଇଛନ୍ତି। ସେମାନଙ୍କ ଠାରୁ ଅର୍ଥ ନେଇ ଲଢ଼େଇ କରିବା ପାଇଁ କହିଛନ୍ତି। କଂଗ୍ରେସ ଦଳର ପାଖରେ ଅର୍ଥ ନାହିଁ। ଏଣୁ ବେକାରଙ୍କ ସ୍ୱର ପାଲଟିବା ପାଇଁ ସେମାନଙ୍କ ଠାରୁ ଅର୍ଥ ନେବାକୁ କହିଛନ୍ତି। ବର୍ତ୍ତମାନ ଦେଶରେ ବେରୋଜକାରୀଙ୍କ ସ୍ୱର ପାଲଟିବା ପାଇଁ ଯେଉଁ ‘କକ୍ରୋଜ ଜନତା ପାର୍ଟିି’ ମୁଣ୍ଡ ଟେକିବାକୁ ଯାଉଛି ତାହା ଯଦି ବାସ୍ତବ ରୂପରେଖ ନିଏ ତେବେ ଦେଶପାଇଁ ଅତ୍ୟନ୍ତ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ। ଏହି କଥାକୁ ବିରୋଧୀ ରାଜନୈତିକ ଦଳର ନେତାମାନେ ନେପାଳ ଓ ବାଂଲାଦେଶ ଘଟଣାରୁ ଅନୁଭବ କରିବା କଥା। ହୀନ ରାଜନୈତିକ ଉଦ୍ଦେଶ୍ୟ ରଖି ସେମାନଙ୍କୁ ସମର୍ଥନ ଦେଲେ ଉକ୍ତ ଦୁଇଦେଶ ଯେପରି ସବୁ କ୍ଷେତ୍ରରେ ବହୁ ପଛକୁ ଚାଲିଯାଇଛି ସେ ସ୍ଥିତି ଭାରତରେ ନଉପୁଜୁ। ଯୁବ ସମାଜ ଥରେ ହିଂସାକୁ ଓହ୍ଲାଇଲେ କେବଳ କ୍ଷମତାଶୀନ ଦଳର କ୍ଷତି ହେବ ଏହା ନୁହେଁ ବହୁ ଧନ ଜୀବନ ହାନୀ ଘଟିବ। ଯାହାର ପରିଣତି ଦେଶର ପ୍ରତ୍ୟେକ ନାଗରିକଙ୍କୁ ଭୋଗିବାକୁ ପଡ଼ିବ।

ଭକ୍ତ ଯେଉଁ ଆହ୍ୱାନ ଯୁବ ସମାଜକୁ ଦେଇଛନ୍ତି ସେଥିରୁ ଜଣାପଡ଼ୁଛି କଂଗ୍ରେସ ଦଳ ରାଜ୍ୟରେ ଅତ୍ୟନ୍ତ ଦୁର୍ବଳ ସ୍ଥିତିରେ ରହିଛି। ପ୍ରାୟ ଏକପ୍ରକାର ସତା ହରାଇବାକୁ ଯାଉଥିବା ନେଇ ତାଙ୍କର ଆଶଙ୍କା ସୃଷ୍ଟି ହେଉଛି। ବିଜେପି ଯେଉଁଭଳି ଭାବରେ କଳେବଳେ କୌଶଳେ କ୍ଷମତାକୁ ଜାବୁଡ଼ି ରଖିବା ପାଇଁ ବିଭିନ୍ନ ପନ୍ଥା ଆପଣାଇଛି ତାହା ଦେଖି କଂଗ୍ରେସ ହତାଶ ହୋଇପଡ଼ିଛି। ଲୋକେ ସେମାନଙ୍କୁ ବିଶ୍ୱାସକୁ ନେଇ ଗ୍ରହଣ କରିଲେ ଓ କ୍ଷମତାକୁ ଫେରିଲେ ତାହା ସେ ଭାବି ପାରୁ ନାହାନ୍ତି। ଓଡ଼ିଶାରେ କଂଗ୍ରେସର ଭବିଷ୍ୟତ ସେ ଭଲ ଦେଖିପାରୁ ନାହାନ୍ତି। ଏଣୁ ବେରୋଜକାରୀଙ୍କୁ ଦଳ ନିଜ ସପକ୍ଷରେ ନେବା ପାଇଁ ଏକ ଉଦ୍ୟମ ଆରମ୍ଭ କରିଛନ୍ତି। ବେରୋଜକାରୀ କେଉଁଠୁ ଅର୍ଥ ଆଣି ଦେବେ କଥାରେ ଭକ୍ତଙ୍କ ମତ ହେଉଛି ସେମାନଙ୍କ ଚକୋଲେଟ୍ ଖର୍ଚ୍ଚରୁ ହିଁ ଦେଇପାରିବେ। ଏଥିରେ କୁହାଯାଉଛି ନିଜ ଦଳକୁ ସମୃଦ୍ଧ କରିବାକୁ ପିଲାଙ୍କ ଚାକୋଲେଟ୍ ଖର୍ଚ୍ଚ ଉପରେ ଭକ୍ତଙ୍କ ଆଖି। କଂଗ୍ରେସ କ’ଣ ଏତେ ଦୁର୍ବଳ ସ୍ଥିତିରେ ପହଞ୍ଚିଛି ଯେ ଭକ୍ତ ଏଭଳି ମତ ରଖିଛନ୍ତି ବୋଲି କୁହାଯାଉଛି।

କଂଗ୍ରେସର ଯୁବରାଜ ଚେହେରା ରାହୁଲ ଗାନ୍ଧୀ ବାରମ୍ବାର ବିଦେଶ ଗସ୍ତ କରୁଛନ୍ତି। ସେ ଏତେ ଅର୍ଥ ପାଉଛନ୍ତି କେଉଁଠୁ? ଭକ୍ତ ଦାସଙ୍କର ଭୁବନେଶ୍ୱରରେ ରହିବାର ନିଜସ୍ୱ ବ୍ୟବସ୍ଥା ରହିଛି। ଏହା ସେ ତ୍ତ୍ୱ ସେ ପିସିସି ସଭାପତି ହେବାପରେ ତାଙ୍କର ଆଚରଣରେ ହଠାତ୍ ପରିବର୍ତ୍ତନ ଘଟିଲା। ସେ ଆଉ ନିଜ ଘରେ ନରହି ତାରକା ହୋଟେଲ୍‌ରେ ଯାଇ ରହିଲେ। ମେଫେୟାର ହୋଟେଲ୍‌ରେ ମାସ ମାସ ଧରି ରହିଥିବା କଥା ତାଙ୍କ ଦଳର ନେତାମାନେ କୁହନ୍ତି। ରାଜ୍ୟସଭା ନିର୍ବାଚନର କିଛିଦିନ ପୂର୍ବରୁ ସେ ହୋଟେଲ୍ ଛାଡ଼ିଥିବା କଥା କୁହାଯାଏ। ମେଫେୟାରରେ ଦୈନିକ ରହିବା, ଖାଇବା ଭଡ଼ା କେତେ ତାହା ବେଶ୍ ଜଣାଶୁଣା। ଯେଉଁ ବ୍ୟକ୍ତି ମାସ ମାସ ଧରି ହୋଟେଲ୍ ରହି କେତେ ଅର୍ଥ ବ୍ୟୟ କରିଥିବେ ତାହା ଜଣାପଡ଼ୁଛି। ଏବେ ପିଲାଙ୍କ ଚକୋଲେଟ୍ ଖର୍ଚ୍ଚ ଉପରେ ଆଖି ପକାଇବାକୁ ଚାହିଁଛନ୍ତି।

ବେକାରଙ୍କ ସ୍ୱର ପାଲଟିବା ପାଇଁ ଏବଂ ସେମାନଙ୍କ ଲାଗି ଆନ୍ଦୋଳନକୁ ଓହ୍ଲାଇବାକୁ ଚାହିଁଲେ ଭକ୍ତଙ୍କୁ କେଉଁଠୁ ଅର୍ଥ ସଂଗ୍ରହ କରିବାକୁ ହେବ ସେ ବାଟ ଭକ୍ତଙ୍କୁ ବେଶ୍ ଜଣାବୋଲି ଅନେକ ମତ ଦିଅନ୍ତି। ହେଲେ ବେକାରଙ୍କୁ ଏହି ମାଧ୍ୟମରେ ସରକାରୀ ବିରୋଧୀ ମନୋଭାବ ସୃଷ୍ଟି କରି ହିଂସାର ପଥ ଆପଣାଇବାର ଉଦ୍ଦେଶ୍ୟ ଯଦି ରଖିଥାଆନ୍ତି ତାହା ଅତ୍ୟନ୍ତ ସାଂଘାତିକ। ଅତିତରେ ଭକ୍ତ ନିଜ ଅଞ୍ଚଳରେ ବେକାର ଯୁବକଙ୍କୁ ନେଇ ଏକ ସଂଗଠନ କରିଥିଲେ। ସେହି ଯୁବକମାନେ ଅଭିବକ୍ତ କଳାହାଣ୍ଡି ଜିଲ୍ଲାରେ ଆତଙ୍କ ସୃଷ୍ଟି କରିଥିଲେ। ପରବର୍ତ୍ତି ସମୟରେ ସେମାନଙ୍କ ଅବସ୍ଥା କ’ଣ ହେଲା ତାହା ସମସ୍ତଙ୍କୁ ଜଣା। ରାଜନୀତିରେ ତିଷ୍ଠିବା ପାଇଁ ଏପରି ଅସ୍ତ୍ର ବ୍ୟବହାର କରିବା ଉଚିତ୍ ନୁହେଁ ବୋଲି ଅନେକଙ୍କ ମତ।

କୌଣସି ରାଜନୈତିକ ଦଳ ଲୋକଙ୍କ ଠାରୁ ଚାନ୍ଦା ନେବା ନୂଆ ଘଟଣା ନୁହେଁ। ଅତିତରେ ଜନତା ଦଳ ଲୋକଙ୍କ ଠାରୁ ଟଙ୍କାଟେ ଲେଖାଁଏ ଚାନ୍ଦା ନେବାକୁ ପଦକ୍ଷେପ ନେଇଛନ୍ତି। ସେତେବେଳେ ଏହାର ଉଦ୍ଦେଶ୍ୟ ଥିଲା ଯେ ଦଳରେ ଅଧିକ ସଂଖ୍ୟାରେ ଲୋକଙ୍କୁ ଯୋଡ଼ିବା ଏବଂ ଲୋକେ ନିଜକୁ ସେ ଦଳର ସଦସ୍ୟ ଭାବରେ ଗ୍ରହଣ କରିବା। ବିଭିନ୍ନ ସମୟରେ ରାଜନୈତିକ ଦଳମାନେ ସଭ୍ୟ ସଂଗ୍ରହ ଆଳରେ ଅର୍ଥ ଆଦାୟ କରିଥାଆନ୍ତି। କିନ୍ତୁ ରୋଜଗାର ଶୂନ୍ୟ ଯୁବସମାଜ ଠାରୁ ଅର୍ଥ ନେବା ଏକ ନୂଆ ଘଟଣା ସୃଷ୍ଟି କରିବା ପାଇଁ ଭକ୍ତ ଉଦ୍ୟମ କରିଛନ୍ତି ବୋଲି କୁହାଯାଉଛି। ଯାହାକୁ ରାଜନୈତିକ ପର୍ଯ୍ୟବେକ୍ଷକମାନେ ନାପସନ୍ଦ କରୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking