31.1 C
Bhubaneswar
Monday, May 4, 2026
Homeଓଡିଶାଆସନ୍ତାକାଲି କୋଟିଆ ଯିବେ ରାଜସ୍ବ ମନ୍ତ୍ରୀ

ଆସନ୍ତାକାଲି କୋଟିଆ ଯିବେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର : ଆସନ୍ତାକାଲି କୋଟିଆ ଯିବେ ରାଜସ୍ବ ମନ୍ତ୍ରୀ । ଜନ ଗଣନା କୁ ନେଇ କୋଟିଆ ରେ ଦେଖାଗଲା ସମସ୍ୟା । ଜନ ଗଣନା ରେ ସାମିଲ ହେବା ପାଇଁ ଆନ୍ଦ୍ର ଅଧିକାରୀ ଚେଷ୍ଟା କଲେ । ପ୍ରଶାସନ ଓ ଲୋକେ ସେମାନଙ୍କୁ ତଡିପାର କରିଛନ୍ତି । ଜନ ଗଣନା କୁ ତ୍ୱରାନ୍ୱିତ ଓ ସମୀକ୍ଷା ପାଇଁ କୋଟିଆ ଯିବେ ରାଜସ୍ବ ମନ୍ତ୍ରୀ । କୋଟିଆ ରେ ନିର୍ମାଣ ଚାଲିଛି ଜଗନ୍ନାଥ ମନ୍ଦିର କାମ ଶେଷ ପର୍ଯାୟ ରେ ଚଳିତ ବର୍ଷ କୋଟିଆ ରେ ବ୍ୟାପକ ଭାବରେ ହେବ ରଥଯାତ୍ରା | ଏଥିପାଇଁ ଜିଲ୍ଲାପାଳ ଙ୍କୁ ଦିଆଯାଇଛି ନିର୍ଦ୍ଧେଶ ।ସୂଚନା ଅନୁଯାୟୀ, ଜନଗଣନା କାମ ଚାଲିଥିବା ବେଳେ ପଡୋଶୀ ଆନ୍ଧ୍ର ପ୍ରଦେଶର କିଛି ଅଧିକାରୀ କୋଟିଆ ଅଞ୍ଚଳର ଲୋକମାନଙ୍କୁ ସେମାନଙ୍କର ଜନଗଣନାରେ ସାମିଲ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସ୍ଥାନୀୟ ପ୍ରଶାସନ ଓ ଗ୍ରାମବାସୀ ଏହାକୁ ଜୋରଦାର ବିରୋଧ କରି ସେମାନଙ୍କୁ ସେଠାରୁ ବାହାର କରିଦେଇଥିଲେ। ଏହା ଫଳରେ ପୁଣିଥରେ କୋଟିଆ ଅଞ୍ଚଳର ମାଲିକାନାକୁ ନେଇ ପୁରୁଣା ବିବାଦ ଚର୍ଚ୍ଚାରେ ଆସିଛି ।ଏହି ପରିସ୍ଥିତିକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେଇଛନ୍ତି । ରାଜସ୍ବ ମନ୍ତ୍ରୀ ସେ ଜନଗଣନା କାର୍ୟ୍ୟର ପ୍ରଗତି ସମୀକ୍ଷା କରିବା ସହିତ ସୀମା ବିବାଦ ନେଇ ମଧ୍ୟ ଅଧିକାରୀମାନଙ୍କ ସହ ଆଲୋଚନା କରିବେ ବୋଲି କୁହାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking