34.1 C
Bhubaneswar
Friday, May 8, 2026
Homeଓଡିଶାଶଳାକୁ ଅପହରଣ କରି ସ୍ତ୍ରୀ ହତ୍ୟାର ଷଡ଼ଯନ୍ତ୍ର: ସ୍ୱାମୀ ସହ ୪ ଗିରଫ

ଶଳାକୁ ଅପହରଣ କରି ସ୍ତ୍ରୀ ହତ୍ୟାର ଷଡ଼ଯନ୍ତ୍ର: ସ୍ୱାମୀ ସହ ୪ ଗିରଫ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ନାଉଗାଁରେ ସ୍ତ୍ରୀର ହତ୍ୟା ପାଇଁ ଶଳାକୁ ଅପହରଣ କରିଥିଲେ ସ୍ୱାମୀ ଓ ସହଯୋଗୀ । ଶଳା ମାଧ୍ୟମରେ ସ୍ତ୍ରୀକୁ ଡକାଇ ହତ୍ୟା ଷଡ଼ଯନ୍ତ୍ର ରଚିଥିଲା ସ୍ୱାମୀ । ପାରିବାରିକ କଳହକୁ ନେଇ ଏଭଳି ଘଟଣା ଘଟିଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ମୁତାବକ ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ପାଳ ପୋଖରୀ ଗାଁର ସମୀର ମୁଦୁଲି ଏବଂ ତାଙ୍କ ସ୍ତ୍ରୀ ମୋନାଲିସା ମୁଦୁଲିଙ୍କ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗି ରହିଥିଲା । ସମୀର ତାଙ୍କ ସ୍ତ୍ରୀଙ୍କୁ ପୂର୍ବରୁ ହତ୍ୟା ଉଦ୍ୟମ ମଧ୍ୟ କରିଥିଲେ । ପରେ ମୋନାଲିସା ସ୍ୱାମୀଙ୍କୁ ଛାଡ଼ି ନିଜ ବାପାଘରେ ରହି ଆସୁଥିଲେ । ତେବେ ଗତକାଲି ସକାଳେ ମୋନାଲିସାଙ୍କ ଭାଇ ସୌମ୍ୟକାନ୍ତ ମୁଦୁଲି ଭାବନେଶ୍ୱର ଯାଉଥିବାବେଳେ ବିଡିଏ ସାଇ ମନ୍ଦିର ନିକଟରୁ ଅଭିଯୁକ୍ତ ସୌମ୍ୟକାନ୍ତର ଭିଣୋଇ ସମୀର ମୁଦୁଲି ଏବଂ ତାର ସହଯୋଗୀ ଆଲୋକ ନାୟକ, ସତ୍ୟବ୍ରତ ଦାସ ଏବଂ ସୂର୍ଯ୍ୟକାନ୍ତ ସେନାପତି ଆଦି ୪ଜଣ ମିଶି ଏକ ମାରୁତି ଭ୍ୟାନ ଯୋଗେ ସୌମ୍ୟକାନ୍ତଙ୍କୁ ଅପହରଣ କରିଥିଲେ ।ପରେ ସୌମ୍ୟକାନ୍ତଙ୍କୁ ନାଉଗାଁ ଥାନା ପାଳପୋଖରୀ ଅଂଚଳର ଏକ ଘରେ ରଖିଥିଲେ । ଅଭିଯୁକ୍ତ ସମୀର ନିଜର ସ୍ତ୍ରୀ ତଥା ଅପହୃତ ସୌମ୍ୟକାନ୍ତର ଭଉଣୀ ମୋନାଲିସାକୁ ସେଠାକୁ ଆସିବା ପାଇଁ ବାଧ୍ୟ କରିଥିଲେ। ଯଦି ଭଉଣୀ ନଆସିବ ତେବେ ତୋତେ ପେଟ୍ରୋଲ ଢାଳି ହତ୍ୟା କରିବେ ବୋଲି ଧମକ ଦେଇଥିଲା ଅଭିଯୁକ୍ତ ଭିଣୋଇ । ତେବେ ମୋନାଲିସା ଏହି ଅପହରଣ ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅପହୃତ ସୌମ୍ୟକାନ୍ତଙ୍କୁ ଉଦ୍ଧାର କରିବା ସହ ମୁଖ୍ୟ ଅଭିଯୁକ୍ତ ଭିଣୋଇ ସମୀର ସମେତ ୪ଜଣଙ୍କୁ ଗିରଫ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking