ତାଳଚେର: ଆଜି ୧୨ ଘଣ୍ଟିଆ ତାଳଚେର ବନ୍ଦ । ତାଳଚେର ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜରେ ରେଗୀ ସେବା ଦାବିରେ ବନ୍ଦ ପାଳନ । ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ପାଳନ କରାଯାଇଛି । ଜାତୀୟ ରାଜପଥ ସହ ବିଭିନ୍ନ ଖଣିରେ ମଧ୍ୟ ବନ୍ଦ ରହିଛି । ବସ, ଟ୍ରେନ ଚଳାଚଳ ବି ବନ୍ଦ ହୋଇଚି । ଟ୍ରେନ ଯୋଗେ କୋଇଲା ପରିବହନ ବନ୍ଦ ରହିଛି । ସହରରେ ଦୋକାନ ବଜାର ସବୁ ବନ୍ଦ ରହିଛି ।










