ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ସରକାର ଗଠନ ପ୍ରକ୍ରିୟାରେ କୋଲକାତାରେ ପହଞ୍ଚିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ବିଜେପି ବିଧାୟକ ଦଳ ବୈଠକରେ ନେତା ନିର୍ବାଚନ କରିବେ ଶାହ । ବୈଠକରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅମିତ ଶାହ ପର୍ଯ୍ୟବେକ୍ଷକ ଓ ମୁଖ୍ୟମନ୍ତ୍ରୀ ସହ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି । କାଲି କୋଲକାତାର ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ଶପଥ ସମାରୋହ ହେବ । ସୂଚନାଥାଉକି, ୨୦୭ ଆସନ ପାଇ ଭାଜପା ବଙ୍ଗଳାରେ ବଡ ବାଜି ମାରିଛି । ୧୫ ବର୍ଷ ଧରି ବଙ୍ଗଳାରେ କ୍ଷମତାରେ ଥିବା ଟିଏମସି ମାତ୍ର ୮୦ ଆସନକୁ ହ୍ରାସ ପାଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ପଶ୍ଚିମବଙ୍ଗରେ ପହଞ୍ଚି ଛନ୍ତି । ତେବେ ପଶ୍ଚିମବଙ୍ଗରେ ବିଜେପିର ମୁଖ୍ୟମନ୍ତ୍ରୀ ପାଇଁ ଅନେକ ନାମ ଆଲୋଚନା ହେଇଛି । ଶୁଭେନ୍ଦୁ ଅଧିକାରୀ, ଦିଲୀପ ଘୋଷ, ସମିକ ଭଟ୍ଟାଚାର୍ଯ୍ୟ ଏବଂ ଅଗ୍ନିମିତ୍ରା ପାଉଲ ।










